ବାରହା ଆକ୍ରମଣରେ ୨ ଗୁରୁତର, ଘରୁ ବାହାରୁ ନାହାନ୍ତି ଲୋକେ

ଲୋକଙ୍କୁ ଦେଖିଲେ ଗୋଡ଼ାଇ ଗୋଡ଼ାଇ ଲହୁଲୁହାଣ କରୁଛି। ବାରହା ଆକ୍ରମଣରେ ୨ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ବାରହା ।

  • Published: Friday, 30 August 2024
  • , Updated: 30 August 2024, 01:26 PM IST

ଗାଁରେ ବୁଲୁଛି ବାରହା । ଲୋକଙ୍କୁ ଦେଖିଲେ ଗୋଡ଼ାଇ ଗୋଡ଼ାଇ ଲହୁଲୁହାଣ କରୁଛି। ବାରହା ଆକ୍ରମଣରେ ୨ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଏକ ଘଟଣା ଢେଙ୍କାନାଳ ଷଡଙ୍ଗୀ ରେଞ୍ଜ ଅଧୀନରେ ଦେଖିବାକୁ ମିଳିଛି।

ଢେଙ୍କାନାଳ ଷଡଙ୍ଗୀ ରେଞ୍ଜ ଅନ୍ତର୍ଗତ ଖଣ୍ଡିଆବନ୍ଧ,ତିଳପଦା ଓ ଆଖପାଖ ଅଞ୍ଚଳରେ ଏକ କ୍ଷତାକ୍ତ ବାରହା ବୁଲୁଛି। ବର୍ତ୍ତମାନ ସୁଦ୍ଧା ବାରହାଟି ଦୁଇଜଣଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ସାରିଲାଣି। ସେମାନେ ହେଲେ ଖଣ୍ଡିଆବନ୍ଧ ଗାଁର ପ୍ରଶାନ୍ତ ରାଉତ ଓ ତିଳପଦା ଗାଁର କୌଶଲ୍ୟା ନାଏକ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ବାରହାକୁ କାବୁ କରିବାରେ ବିଫଳ ହୋଇଛନ୍ତି। ତେଣୁ ସତର୍କତା ସ୍ୱରୂପ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସକାଳ ଓ ସନ୍ଧ୍ୟା ପରେ ଘରୁ ନ ବାହାରିବା ପାଇଁ ସଚେତନ କରାଉଛି ବନବିଭାଗ। ଏହି ଘଟଣାପରେ ସମଗ୍ର ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି।

Related story