Advertisment

କାଲି ମହାନଦୀରେ ବୁଡ଼ି ଯାଇଥିଲେ ଦୁଇ ନବମ ଶ୍ରେଣୀ ଛାତ୍ର; ଏପର୍ଯ୍ୟନ୍ତ ମିଳୁନି ପତ୍ତା

ଗତକାଲି ୨ ଛାତ୍ର ମହାନଦୀର ସଡ଼କ ଘାଟରେ ଗାଧୋଉଥିଲା ବେଳେ ବୁଡ଼ି ଯାଇଥିଲେ।

ଅଦ୍ୟତନ ହୋଇଛି
Downed

Downed

Advertisment

ଗତକାଲି ମହାନଦୀରେ  ଗାଧୋଇଲା ବେଳେ ବୁଡ଼ିଯାଇଥିଲେ ୨ ଛାତ୍ର। ଏପର୍ଯ୍ୟନ୍ତ ସେମାନଙ୍କର ପତ୍ତା ମିଳିନାହିଁ। ସମ୍ବଲପୁର ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି। ନିଖୋଜ ଦୁଇ ଛାତ୍ର ହେଲେ କନିଷ୍କ ଓ ହିମାଂଶୁ। ଉଭୟ ନବମ ଶ୍ରେଣୀରେ ପଢ଼ୁଥିଲେ।

Advertisment

ଗତକାଲି ୨ ଛାତ୍ର ସମ୍ବଲପୁର ଦେଇ ବୋହିଯାଇଥିବ ମହାନଦୀର ସଡ଼କ ଘାଟରେ ଗାଧୋଉଥିଲେ। ଏହି ସମୟରେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଉଭୟ ପାଣିରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ଛାତ୍ର ୨ଜଣ ଭାସି ଯାଉଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଛାତ୍ରଙ୍କୁ ବହୁତ ଖୋଜାଖୋଜି କରିଥିଲେ, ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସର୍ଚ୍ଚଅପରେସନ ଚାଲିଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳିନଥିଲା।

ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଛନ୍ତି। ଅଗ୍ନିଶମ ବାହିନୀ ସହ ଝାରସୁଗୁଡ଼ାରୁ ଆସିଥିବା ଓଡ୍ରାଫ୍ଟ ଟିମ ସର୍ଚ୍ଚ
ଅପରେସନରେ ସାମିଲ ହୋଇଛନ୍ତି ।

Advertisment

Sambalpur Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe