Advertisment

ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ: ୨ ଶିକ୍ଷାର୍ଥୀ ମୃତ, ଏକାଧିକ ଆହତ

ଡ୍ରାଇଭର ଜଣଙ୍କ ଗାଡ଼ିକୁ ରେଳ ଧାରଣା ପାର କରାଉଥିବା ବେଳେ ଘଟିଥିଲା ଦୁର୍ଘଟଣା। ଦ୍ରୁତଗାମୀ ଟ୍ରେନ ସ୍କୁଲ ଭ୍ୟାନକୁ ଧକ୍କା ଦେଇ ୫୦ ମିଟର ଯାଏ ଘୋଷାଡି ନେଇ ଯାଇଥିଲା।

accident

accident

Advertisment

ମଙ୍ଗଳବାର ସକାଳୁ ସକାଳୁ ତାମିଲନାଡୁରେ ଗୋଟିଏ ଭୟଙ୍କର ଦୁର୍ଘଟଣା ଘଟିଛି। କୁଡାଲୋର ନିକଟ ସେମ୍ମାନକୁପ୍ପାମ ଠାରେ ଗୋଟିଏ ସ୍କୁଲ ଭ୍ୟାନକୁ ଦ୍ରୁତଗାମୀ ଟ୍ରେନ ଧକ୍କା ଦେଇଛି। ଏଥିରେ ୨ ଜଣ ଶିକ୍ଷାର୍ଥୀଙ୍କ ଜୀବନ ଯାଇଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କୁଡାଲୋର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ବେଳେ ସ୍କୁଲ ଭ୍ୟାନରେ ୫ ଜଣ ଶିକ୍ଷାର୍ଥୀ ଓ ଡ୍ରାଇଭର ରହିଥିଲେ।

Advertisment

ସ୍ଥାନୀୟ ଅଧିକାରୀଙ୍କ କହିବା କଥା ଯେ ମଙ୍ଗଳବାର ସକାଳୁ ସ୍କୁଲ ଭ୍ୟାନଟି ୫ ଜଣ ଶିକ୍ଷାର୍ଥୀଙ୍କୁ ଧରି ସେମ୍ମାନକୁପ୍ପାମ ଦେଇ ଯାଇଥିବା ରେଳ ଧାରଣାକୁ ପାର କରୁଥିଲା। ଡ୍ରାଇଭର ଜଣଙ୍କ ଗାଡ଼ିକୁ ରେଳ ଧାରଣା ପାର କରାଉଥିବା ବେଳେ ଘଟିଥିଲା ଦୁର୍ଘଟଣା। ଦ୍ରୁତଗାମୀ ଟ୍ରେନ ସ୍କୁଲ ଭ୍ୟାନକୁ ଧକ୍କା ଦେଇ ୫୦ ମିଟର ଯାଏ ଘୋଷାଡି ନେଇ ଯାଇଥିଲା।

ସ୍ଥାନୀୟ ଲୋକମାନେ ରେଳ ଟ୍ରାକରେ ୨ ଜଣ ଶିକ୍ଷାର୍ଥୀଙ୍କ ମୃତଦେହ ଠାବ କରିବା ପରେ ପ୍ରଶାସନକୁ ଖବର ଦେଇଥିଲେ। ଏବେ ରେଳ ବାଇ ଓ ସ୍ଥାନୀୟ ପୁଲିସ୍‌ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Advertisment

ରେଳ ବାଇ ପକ୍ଷରୁ କୁହାଯାଇଛି ଯେ ସ୍କୁଲ ଭ୍ୟାନଟି ରେଳ ଫାଟକ ପାର କରୁଥିବା ବେଳେ ଟ୍ରେନ ନମ୍ବର ୫୬୮୧୩ ଏହାକୁ ଧକ୍କା ଦେଇଛି। ଟ୍ରେନଟି ଭିଲ୍ଲୁପୁରମରୁ ମାୟିଲାଡୁଥୁରାଇକୁ ଯାଉଥିଲା। ଏହା ଏକ ଲୋକାଲ ଟ୍ରେନ।

ପ୍ରତ୍ୟେକ୍ଷଦର୍ଶୀ ଓ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଟ୍ରେନ ଆସୁଥିବାରୁ ରେଳ ଫାଟକର କର୍ମଚାରୀ ଗେଟ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଗେଟ ପଡ଼ୁଥିବା ବେଳେ ଭ୍ୟାନ ଡ୍ରାଇଭର ତରବିଆ ଭାବେ ରେଳ ଧାରଣା ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ। ବାସ୍‌ ଏତିକି ବେଳେ ଟ୍ରେନଟି ସ୍କୁଲ ଭ୍ୟାନକୁ ଧକ୍କା ଦେଇଥିଲା।

Accident Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe