Advertisment

ରାତି ଅଧରେ କଣ୍ଟେନରରେ ଲାଗିଲା ନିଆଁ, ଜଳିଗଲା ଦୁଇ ଟ୍ରକ୍‌

ଅଗ୍ନିଶମ କର୍ମଚାରୀ ରାତି ଅଧରେ ପହଞ୍ଚି ନିଆଁ ଲିଭାଇଥିବା ବେଳେ ସକାଳ ୮ଟାରେ ପୁଣି ଥରେ ସେଠାରେ ନିଆଁ କୁହୁଳିଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Truck

Truck

Advertisment

ଜଗତସିଂହପୁର ଜିଲ୍ଲା ପାରାଦୀପ ଉଦୟବିହାର ନିକଟରେ ଗତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ଡିଜେଲ ବୋଝେଇ କଣ୍ଟେନରରେ ହଠଶତ୍‌ ନିଆଁ ଲାଗିବାରୁ ତାହା ପାଖରେ ଥିବା ୨ଟଇ ଟ୍ରକ୍‌ ବି ହୁତୁହୁତ ହୋଇ ଜଳି ପାଉଁଶ ହୋଇଯାଇଛି। ଅଗ୍ନିଶମ କର୍ମଚାରୀ ରାତି ଅଧରେ ପହଞ୍ଚି ନିଆଁ ଲିଭାଇଥିବା ବେଳେ ସକାଳ ୮ଟାରେ ପୁଣି ଥରେ ସେଠାରେ ନିଆଁ କୁହୁଳିଥିବା ଜଣାଯାଇଛି।

Advertisment

ପାରାଦୀପ ଉଦୟବିହାର ନିକଟସ୍ଥ ଏକ ଗ୍ୟାରେଜ ନିକଟରେ ଏକ କଣ୍ଟେନର ରହିଛି। ଉକ୍ତ କଣ୍ଟେନରରେ ପ୍ରାୟ ୧୨ ହଜାର ଲିଟରରୁ ଊର୍ଦ୍ଧ୍ୱ ଚୋରା ଡିଜେଲ ଥିବା ଜଣାଯାଇଛି। ଗତକାଲି ଉକ୍ତ ଗ୍ୟାରେଜକୁ ମରାମତି ନିମନ୍ତେ ଦୁଇଟି ଟ୍ରକ ଯାଇଥିଲା।

ବିଳମ୍ବିତ ରାତି ପ୍ରାୟ ୨ଟା ପରେ ହଠାତ୍‌ କଣ୍ଟେନରରେ ନିଆଁ ଲାଗି ଯାଇଥିଲା। ନିଆଁ ଆଖି ପିଛୁଳାକେ ମାଡ଼ି ଯାଇଥିବା ବେଳେ ଟ୍ରକ୍‌ ୨ଟି ବି ଜଳି ଯାଇଥିଲା। ଖବର ପାଇ ୪ଟି ଦମକଳ ଗାଡ଼ି ପହଞ୍ଚି ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲେ।

Advertisment

ଏହାର ପ୍ରାୟ ୪ ଘଣ୍ଟା ପରେ କଣ୍ଟେନରରେ ବଳକା ଥିବା ଡିଜେଲ କୁହୁଳି ସେଥିରେ ପୁଣି ଥରେ ନିଆଁ ଲାଗି ଯାଇଥିଲ। ଫଳରେ କୁଜଙ୍ଗରୁ ପୁଣି ଥରେ ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଉକ୍ତ କଣ୍ଟେନରରେ ଦୀର୍ଘ ଦିନ ହେବ ଚୋରା ତେଲ କାରବାର ଚାଲିଥିବା ବେଳେ ପୁଲିସ୍‌ କିପରି ଟେର ପାଇପାରୁନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Truck Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe