Advertisment

ଆମ୍ବ ଟାକୁଆ ଖାଇ ୨ ମୃତ! ୬ ଗୁରୁତର

ରମିତା ଓ ରୁନୁ ଆମ୍ବ ଟାକୁଆରେ ଜାଉ ପ୍ରସ୍ତୁତ କରି ଖାଇଥିଲେ।

ଅଦ୍ୟତନ ହୋଇଛି
DeadBody

DeadBody

Advertisment

ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଗଦାପୁର ମଣ୍ଡିପଙ୍କା ଗାଁରେ ଏହି ଘଟଣା ଘଟିଛି। ମୃତକମାନେ ହେଲେ ରମିତା ପାଟ ମାଝୀ (୨୭) ଓ ରୁନୁ ମାଝୀ। ଆହତ ୬ ଜଣଙ୍କୁ ବ୍ରହ୍ମପୁର MKCG ରେ ଭର୍ତ୍ତି କରାଯାଇଛି।

Advertisment

ରମିତା ଓ ରୁନୁ ଆମ୍ବ ଟାକୁଆରେ ଜାଉ ପ୍ରସ୍ତୁତ କରି ଖାଇଥିଲେ। ଏହା ପରେ ସେମାନଙ୍କର ପେଟବ୍ୟଥା ହେବା ସହ ଝାଡ଼ାବାନ୍ତି ହୋଇଥିଲା। ରମିତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଗତ ୩୦ ତାରିଖରେ ତାଙ୍କୁ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଗତକାଲି ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସେହିଭଳି ଦିବ୍ୟାଙ୍ଗ ଯୁବତୀ ରୁନୁ ମାଝୀଙ୍କୁ ମଧ୍ୟ ପ୍ରଥମେ ବ୍ରାହ୍ମଣୀ ଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆଜି ସକାଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ ନିଆଯିବା ବେଳେ ସେ ପ୍ରାଣ ହରାଇଛନ୍ତି। ଦୁଇ ଜଣଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Advertisment

ଗଦାପୁର ସରପଞ୍ଚ କୁମାରୀ ମଲିକ କହିଛନ୍ତି, ସମସ୍ତେ ଆମ୍ବ ଟାକୁଆ ଖାଇଥିଲେ। ଖାଇବାର କିଛି ସମୟ ପରେ  ସେମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। 

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ମଣ୍ଡିପଙ୍କାଗାଁରେ ପହଞ୍ଚି ସ୍ୱାସ୍ଥ୍ୟ ବିଭାଗ ଟିମ୍ ଛାନଭିନ୍ କରୁଛନ୍ତି।  ୭ରୁ ୮ ଜଣ ଅସୁସ୍ଥ ଅଛନ୍ତି, ଖାଦ୍ୟ ବିଷାକ୍ତ କିମ୍ବା ହଇଜା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଟିମ୍ ଫେରି ରିପୋର୍ଟ ଦେବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।
.

Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe