Advertisment

ଓଲଟି ପଡ଼ିଲା ଧାନ ମଳା ମେସିନ;୨ମହିଳା ଶ୍ରମିକ ମୃତ

ଗତକାଲି ସନ୍ଧ୍ୟାରେ ଦୁଇ ମହିଳା କାମ ସାରି ଧାନ ମଳା ମେସିନ ନେଇ ଘରକୁ ଫେରୁଥିଲେ।

undefined

Deadbody

Advertisment

କାମ ସାରି ଧାନମଳା ମେସିନ ନେଇ ଘରକୁ ଫେରୁଥିଲେ ଦୁଇ ମହିଳା। ଅଧବାଟରେ ମେସିନଟି ଓଲଟି ପଡ଼ିବାରୁ ଦୁଇ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏପରି ଅଘଟଣ ଘଟିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଆମୁଣ୍ଡି ଗ୍ରାମରେ। ମୃତ ମହିଳା ଦ୍ୱୟ ହେଲେ ଶାସନ ଗ୍ରାମର ମାଧବ ନାଇକଙ୍କ ସ୍ତ୍ରୀ ଝୁନୁ ନାଇକ ଓ ଅନ୍ୟ ଜଣେ ମୁରଲୀ ନାଇକଙ୍କ ସ୍ତ୍ରୀ ଝୁନୁ ନାଇକ।

Advertisment

ଗତକାଲି ସନ୍ଧ୍ୟାରେ ଦୁଇ ମହିଳା କାମ ସାରି ଧାନ ମଳା ମେସିନ ନେଇ ଘରକୁ ଫେରୁଥିଲେ। ଏହି ସମୟରେ ଅଧବାଟରେ ମେସନଟି ମହିଳାଙ୍କ ଉପରେ ଓଲଟି ପଡ଼ିଥିଲା। ଦୁଇ ଜଣ ମହିଳା ଧାନ ମଳା ମେସିନ ତଳେ ଚାପି ହୋଇଯାଇଥିଲେ। ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଉଭୟ ମହିଳାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଧାନମଳା ମେସିନକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Ganjam Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe