Advertisment

ପାଣି ଡେକଚିରେ ପଡ଼ି ଚାଲିଗଲା ୨ବର୍ଷ ଶିଶୁର ଜୀବନ

ଶିଶୁଟିର ମୃତ ପରେ ପରିବାରରେ ଶୋକ ଛାୟା ଖେଳିଯାଇଛି।

Baby

Baby

Advertisment

ଘରେ ଥିବା ପାଣି ଡେକଚିରେ ପଡ଼ି ଦୁଇ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ୍ଏସିର ଦେହୁରୀସାହିରେ। ମୃତ ଶିଶୁକନ୍ୟା ଜଣଙ୍କ ନଵ୍ୟନିବେଦିତା ବେଉରା।

Advertisment

ଆଜି ସକାଳେ ବିବେକାନନ୍ଦ ବେଉରାଙ୍କ ସାନ ଝିଅ ନଵ୍ୟନିବେଦିତା ଘରେ ଖେଳୁଥିଲା। ଏହି ସମୟରେ ପରିବାର ଲୋକେ କାମରେ ବ୍ୟସ୍ତଥିଲେ। ଅସାବଧାନତା ହେତୁ ପିଲାଟି ଘରେ ଥିବା ବଡ଼ ପାଣି ଡେକଚିରେ ପଡ଼ି ଯାଇଥିଲା।

ପରିବାର ଲୋକେ ଝିଅକୁ ନ ପାଇବାରୁ ବହୁତ ଖୋଜିଖୋଜି କରିଥିଲେ। ସାହି, ପଡ଼ିଶା ଚାରିଆଡେ ଖୋଜାଖୋଜି କରିଥିଲେ। ହେଲେ ଝିଅକୁ ପାଇନଥିଲେ। ପରେ ଘରେ ଥିବା ପାଣି ହାଣ୍ଡିରେ ଝିଅ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ତୁରନ୍ତ ତାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଶିଶୁଟିର ମୃତ ପରେ ପରିବାରରେ ଶୋକ ଛାୟା ଖେଳିଯାଇଛି।

Advertisment
Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe