Advertisment

ଟ୍ରକକୁ ପଛରୁ ପିଟିଲା ଭ୍ୟାନ୍

ଚୁଡ଼ାମଣି ସାମୁଦ୍ରିକ ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

author-image
Tapaswini Nayak
Road Accident

Road Accident

ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଭ୍ୟାନ୍। ଦୁର୍ଘଟଣା ୨ ଜଣ ଯୁବକ ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଧାମରା ରାସ୍ତାର ମନ୍ଦାରି ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଯୁବକମାନେ ହେଲେ ଧାମରା ଚନ୍ଦିନୀପାଳ ଅଞ୍ଚଳର ସୂର୍ଯ୍ୟକାନ୍ତ ମହାନ୍ତି ଓ ଶଙ୍କର ବଢ଼େଇ। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ସୂର୍ଯ୍ୟକାନ୍ତ ଓ ଶଙ୍କର ଏକ ଭ୍ୟାନରେ ଯାଉଥିଲେ।  ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୨ଜଣ ଯୁବକ ଆହତ ହୋଇଥିଲେ।

ଆହତ ଯୁବକଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି  କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଚୁଡ଼ାମଣି ସାମୁଦ୍ରିକ ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।  ଦୁର୍ଘଟଣାରେ ଗାଡ଼ିରୁ ସମ୍ମୁଖ ଅଂଶଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। 

Advertisment
Roadaccident Bhadrak