Bear
ସକାଳୁ ସକାଳୁ ଭାଲୁ ସହ ହୋଇଗଲା ମୁହାଁମୁହିଁ। ଆଉ ଭାଲୁ ଆକ୍ରମଣରେ ଗୁରୁତର ହୋଇ ଦୁଇ ଯୁବକ ମେଡିକାଲ ବେଡରେ ମରଣ ସହ ସଂଘର୍ଷ କରୁଛନ୍ତି। ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଜୟପାଟଣା ଫରେଷ୍ଟ ସେକ୍ସନ ଓ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଘଟିଛି । ଭାଲୁ ଆକ୍ରମଣରେ ଗୁରୁତର ଯୁବକଦ୍ୱୟ ହେଲେ ପାଣ୍ଡରି ପଖାନ ଗ୍ରାମର ଲକ୍ଷ୍ମଣ ନାଏକ ଓ ଧୋବେନ ଚଞ୍ଚରା ଗ୍ରାମର ନିଳାମ୍ବର ପାତ୍ର ।
ଲକ୍ଷ୍ମଣ ନାଏକ ଆଜି ପାହାନ୍ତାରୁ ଶୌଚ ପାଇଁ ଗାଁଠୁ କିଛି ଦୂରକୁ ଯାଉଥିବା ବେଳେ ହଠାତ୍ ୨ଟି ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ। ମାତ୍ର ଭାଲୁ ହାବୁଡ଼ରୁ କୌଣସି ପ୍ରକାରେ ଜୀବନ ବଞ୍ଚାଇ ସେ ଘରକୁ ପଳାଇ ଆସିଥିଲେ।
ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସେହିପରି ନିଳାମ୍ବର ପାତ୍ର ଆଜି ପାହାନ୍ତାରୁ ନିଜ ଚାଷଜମି କୁ ଯାଉଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ଭାଲୁ କବଳରୁ ଜୀବନ ବଞ୍ଚାଇ ଖସି ଗାଁକୁ ପଳାଇ ଆସିଥିଲେ।
ପରିବାର ଲୋକେ ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
