/odisha-reporter/media/post_attachments/uploadimage/library/16_9/16_9_0/Fire_1694191387.jpg)
Fire
କଟକ ଜଗତପୁର ନିମପୁର ନିକଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଶ୍ରମିକ ରହୁଥିବା ୨୦ଟି କଣ୍ଟେନରରେ ଲାଗିଗଲା ନିଆଁ। ତେବେ ସୌଭାଗ୍ୟବଶତଃ ନିଆଁ ଲାଗିବା ସମୟରେ କଣ୍ଟେନର ଗୁଡ଼ିକରେ କେହି ଶ୍ରମିକ ନ ଥିଲେ। ତେଣୁ କେହି ହତାହତ ହୋଇନାହାନ୍ତି।
Advertisment
ଏସସିବି ମେଡିକାଲ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରମିକମାନେ ଏଠାରେ ରହୁଥିଲେ। କଣ୍ଟେନରରେ ଥିବା ସମସ୍ତ ଜିନିଷପତ୍ର ଜଳି ପାଉଁଶ ହୋଇଯାଇଛି।
ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
