/odisha-reporter/media/media_files/2025/11/03/accident1-2025-11-03-15-28-07.jpg)
ଦୁର୍ଘଟଣା
ତେଲଙ୍ଗାନା(Telangana)ର ରଙ୍ଗାରେଡ୍ଡୀ ଜିଲ୍ଲାରେ ସୋମବାର ଭୋରରୁ ହୋଇଛି ଭୟଙ୍କର ଦୁଘଟଣା। ରାଜ୍ୟ ସରକାରଙ୍କ ଗୋଟିଏ ଯାତ୍ରୀବାହୀ ବସ୍ ସାମ୍ନାରୁ ଆସୁଥିବା ଦ୍ରୁତଗାମୀ ଟ୍ରକ୍କ ସହ ମୁହାମୁହୀଁ ଧକ୍କା ହୋଇଛି। ବସ୍ରେ ୭୨ ଜଣଙ୍କ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୨୦ ଜଣ ପ୍ରାଣ ହରାଇଛନ୍ତି।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଗାଡ଼ିର ସାମ୍ନା ପଟ ପୂରା ଚୂରମାର ହୋଇ ଯାଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା, ୮ ଜଣ ପୁରୁଷ ଓ ଜଣେ ୩ ମାସର ଛୁଆ ରହିଛନ୍ତି।
ଏଡିଜି ମହେଶ ଭାଗବତଙ୍କ କହିବା କଥା ଯେ ବସ୍ଟି ବିକାରବାଦ ଡିପୋରୁ ହାଇଦ୍ରାବାଦ ଯାଉଥିଲା। ଏହି ସମୟରେ ଗୋଟିଏ ଟିପ୍ପର ଟ୍ରକ ରଙ୍ଗ ରୁଟରେ ଦ୍ରୁତଗତିରେ ଆସି ସାମ୍ନା ପଟୁ ବସ୍ରେ ପିଟି ହୋଇଯାଇଥିଲା। ଦୁର୍ଘଟଣା(Accident) ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୨୦ ଜଣ ପ୍ରାଣ ହରାଇଛନ୍ତି। ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ଚେଭେଲ୍ଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତଙ୍କୁ ଅନ୍ୟ ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ବସ୍ରେ ମୋଟ ୭୨ ଜଣ ଯାତ୍ରୀ ଥିବା କଣ୍ଡକ୍ଟରଙ୍କ ପକ୍ଷରୁ ସୂଚନା ମିଳିଥିବା ଭାଗବତ କହିଛନ୍ତି।
ଦୁର୍ଘଟଣା ଯୋଗୁ ହାଇଦ୍ରାବାଦ-ବିଜାପୁର ଜାତୀୟ ରାଜପଥରେ ବେଶ କିଛି ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ତେବେ ମଧ୍ୟାହ୍ନ ବେଳକୁ ଯାତାୟାତ ସ୍ୱାଭାବିକ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ତା’ର ମଧ୍ୟ ତଦନ୍ତ ପୁଲିସ୍ ଆରମ୍ଭ କରିଛି।
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ଘଟଣାରେ ଶୋକ ପ୍ରକାଶ କରିବା ସହ ଆହତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ସେ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଯୋଗାଇ ଦେବାକୁ କହିଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
