Advertisment

ହାଇୱାକୁ ପିଟିଲା ଦିଲ୍‌ଖୁସ ବସ୍‌; ୨୦ ଆହତ

ଆଜି ସକାଳେ ଦିଲ୍‌ଖୁସ ନାମକ ବସ୍‌ ଭୁବନେଶ୍ୱରରୁ ଯାତ୍ରୀମାନଙ୍କୁ ମାଲକାନଗିରି ଅଭିମୁଖେ ଯାଉଥିଲା।

Accident

Accident

Advertisment

ରାସ୍ତାକଡ଼ରେ ଛିଡା ହୋଇଥିବା ହାଇୱାକୁ ଭାରସାମ୍ୟ ହରାଇ ପିଟିଲା ଯାତ୍ରୀବାହୀ ବସ୍‌। ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି। ବଲାଙ୍ଗିର-ସୋନପୁର ଏନଏଚ ୫୭ର ଗଇଁତଳା ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ଦିଲ୍‌ଖୁସ ନାମକ ବସ୍‌ ଭୁବନେଶ୍ୱରରୁ ଯାତ୍ରୀମାନଙ୍କୁ ନେଇ ମାଲକାନଗିରି ଅଭିମୁଖେ ଯାଉଥିଲା।ଏହି ସମୟରେ ଗଇଁତଲା ନିକଟରେ ଏକ ହାଇୱା ରାସ୍ତାକଡ଼ରେ ଠିଆ ହୋଇଥିଲା। ବସ୍‌ଟି ଭାରସାମ୍ୟ ହରାଇ ହାଇୱା ପଛରେ ପିଟି ହୋଇଥିଲା।

ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଅଂଶଟି ଭାଙ୍ଗି ନଷ୍ଟ ହୋଇଯାଇଛି। ପୁଇଁତଳା ପୁଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Bolangir Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe