/odisha-reporter/media/post_attachments/uploadimage/library/16_9/16_9_0/IMAGE_1713158548.jpg)
Road Accident
ବୌଦ୍ଧ ଜିଲ୍ଲା ରାଣୀପଦର ଘାଟିରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁଁ ଧକ୍କା ହେବାଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଆଜି ଭୋର ସମୟରେ ବସ୍ଟି ବୌଦ୍ଧରୁ ଯାତ୍ରୀମାନଙ୍କୁ ନେଇ ଫୁଲବାଣୀର ବାଲିଗୁଡ଼ା ଅଭିମୁଖେ ଯାଉଥିଲା। ରାଣୀପଦର ଘାଟି ନିକଟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ସହ ବସ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
ଅଗ୍ନିଶମ ବାହିନୀ ଓ ପୁଲିସ ଆହତ ମାନଙ୍କୁ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୁଲିସ ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
