Advertisment

ପୁରୀ ପରିକ୍ରମା ପ୍ରକଳ୍ପ ବୁଲିବାକୁ ଆସୁଥିଲେ; ବସ୍‌କୁ ପିଟିଲା ଟ୍ରକ୍

ବସ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

Road Accident

Road Accident

Advertisment

ପରିକ୍ରମା ପ୍ରକଳ୍ପ ବୁଲାଇବାକୁ ବସ୍‌ରେ ଲୋକମାନଙ୍କୁ ପୁରୀ ଅଣାଯାଉଥିଲା। ହେଲେ ଅଧାବାଟରେ ଘଟିଲା ଦୁର୍ଘଟଣା। ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକରେ ବସ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭୂତି ସାଉଁଟିବା ପାଇଁ ସରକାର ବିଭିନ୍ନ ଜିଲ୍ଲାର ଲୋକମାନଙ୍କୁ ପୁରୀ ଆଣି ପରିକ୍ରମା ପ୍ରକଳ୍ପ ବୁଲାଉଛନ୍ତି। ଆଜି ମଧ୍ୟ ରାୟଗଡ଼ା ଜିଲ୍ଲାରୁ ୪୫ ଯାତ୍ରୀଙ୍କୁ ନେଇ ବସ୍‌ଟି ପୁରୀ ବାହାରିଥିଲା। ଲୋକମାନଙ୍କ ମନରେ ଜଗା ଦର୍ଶନ କରିବା ସହ ପୁରୀ ପରିକ୍ରମା ପ୍ରକଳ୍ପ ବୁଲିବା ପାଇଁ ଉତ୍ସାହ ରହିଥିଲା। ଖୋର୍ଦ୍ଧା ଜିଲ୍ଲା ଗୋଶାଳା ପଡ଼ିଆରେ ପରିକ୍ରମା ପ୍ରକଳ୍ପ ବୁଲିବାକୁ ଆସୁଥିବା ଯାତ୍ରୀମାନଙ୍କ କିଛି ସମୟ ଆରାମ କରିବାକୁ ଅସ୍ଥାୟୀ ଶିବିର କରାଯାଇଛି। ଯାତ୍ରୀମାନେ ସେଠାରେ କିଛି ସମୟ ବିଶ୍ରାମ ନେଇ ପୁଣି ସେହିଗାଡ଼ିରେ ପୁରୀ ଯିବେ।

ଆଜି ସକାଳେ ରାୟଗଡ଼ାରୁ ଆସିଥିବା ବସ୍‌ଟି ଯାତ୍ରୀମାନଙ୍କ ବିଶ୍ରାମ ପାଇଁ  ଗୋଶାଳା ପଡ଼ିଆ ନିକଟ ରାସ୍ତାକଡ଼ରେ ଅଟକିଥିଲା। କିଛି ଯାତ୍ରୀ ମଧ୍ୟ ବସ୍‌ରୁ ଓହ୍ଲାଇ ସାରିଥିଲେ। ଏହି ସମୟରେ ଏକ ଟ୍ରକ୍ ଆସି ବସକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ପରେ ପୁଲିସ ଦୁଇଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Roadaccident Khordha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe