Advertisment

ବାଇକ୍‌ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବିଲରେ ଓଲଟିଲା ବସ୍‌, ୨୦ ଗୁରୁତର

ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ଆମ୍ବୁଲାନ୍ସ ଯୋଗେ ରାଣୀତାଲ ମେଡିକାଲରେ ଭର୍ତ୍ତି କରିଛନ୍ତି।

Bus

Bus

Advertisment

ବାଇକ୍‌ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବିଲରେ ଓଲଟିଲା ବସ୍‌। ଫଳରେ ଏହି ଦୁର୍ଘଟଣାରେ ୨୦ ଯାତ୍ରୀ ଗୁରୁତର ହୋଇଛନ୍ତି। ଏପରି ଏକ ଦୁର୍ଘଟଣା ଆଜି ସକାଳେ ଭଦ୍ରକ ଜିଲ୍ଲା ରାଣୀତାଲ ନିକଟରେ ଘଟିଛି।

Advertisment

' ଜୟ ରଘୁନାଥ' ନାମକ ଘରୋଇ ବସ୍‌ କ୍ଷମତାଠୁ ଅଧିକ ଯାତ୍ରୀ ଧରି ଉଦଳାରୁ ଭଦ୍ରକ ଅଭିମୁଖେ ଯାଉଥିଲା । ମାତ୍ର ଗାଡ଼ିଟି ରାଣିତାଲ ନିକଟରେ ହୋଇଥିବା ବେଳେ ସମ୍ମୁଖରୁ ଦ୍ରୁତ ଗତିରେ ଏକ ବାଇକ୍‌ ଚାଲି ଆସିଥିଲା। ଉକ୍ତ ସମୟରେ ବସ୍‌ଟିର ବେଗ୍‌ ବି ଅଧିକ ଥିବା ବେଳେ ଡ୍ରାଇଭର ତାହାକୁ ନିୟନ୍ତ୍ରଣ କରି ପାରି ନ ଥିଲେ। ଫଳରେ ଗାଡ଼ିଟି ବିଲରେ ପଶି ଓଲଟି ଯାଇଥିଲା।

ଏହି ଦୁର୍ଘଟଣାରେ ପ୍ରାୟ ୨୦ ଯାତ୍ରୀ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ଆମ୍ବୁଲାନ୍ସ ଯୋଗେ ରାଣୀତାଲ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟନୁ ତ୍ୱରାନ୍ୱିତ କରିଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Accident Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe