Advertisment

ମନ୍ଦିରରୁ ଫେରୁଥିବା ବେଳେ ଘାଟିରେ ଓଲଟିଲା ପିକଅପ୍‌ ଭ୍ୟାନ

ବାଙ୍କେଶ୍ୱରୀ ଘାଟି ଅତିକ୍ରମ କରୁଥିବା ବେଳେ ଗାଡ଼ି ଉପରୁ ହଠାତ୍‌ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ।

author-image
Hemant Lenka
accident

accident

ଦିଗପହଣ୍ଡି ଥାନା ବାଙ୍କେଶ୍ୱରୀ ଘାଟିରେ ଘଟିଛି ବଡ଼ ଦୁର୍ଘଟଣା। ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଓଲଟିଛି ପିକଅପ ଭ୍ୟାନ। ଏହି ଘଟଣାରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ‌ଏମାନଙ୍କ ମଧ୍ୟରେ ଜଣେ ୧୦ ବର୍ଷର ପିଲା ରହିଛନ୍ତି। ଦୁର୍ଘଟଣାରେ ସେ ଗୁରୁତର ହୋଇଥିବା ଜଣାପଡ଼ିଛି।

Advertisment

ସୁରଙ୍ଗି ଅନ୍ତର୍ଗତ ତୁରୁବୁଡ଼ି ଅଞ୍ଚଳର ୨୦ରୁ ଅଧିକ ଲୋକ ଆଜି ଗୋଟିଏ ପିକଅପ ଭ୍ୟାନରେ ଯୋଗେ ବାଙ୍କେଶ୍ୱରୀଙ୍କ ଦର୍ଶନ କରିବାକୁ ଯାଇଥିଲେ। ସେଠାରୁ ସେମାନେ ସନ୍ଧ୍ୟାରେ ଫେରୁଥିଲେ। କିନ୍ତୁ ବାଙ୍କେଶ୍ୱରୀ ଘାଟି ଅତିକ୍ରମ କରୁଥିବା ବେଳେ ଗାଡ଼ି ଉପରୁ ହଠାତ୍‌ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ଘାଟି ରାସ୍ତାରେ ଏକାଧିକ ପଲଟି ପାରି ରାସ୍ତା କଡ଼ରେ ଛିଟିକି ପଡ଼ିଥିଲା।

ଏଥିରେ ଗାଡ଼ିରେ ଥିବା ଅଧିକାଂଶ ଲୋକ ଆହତ ହୋଇଛନ୍ତି। ଖବର ପାଇ ଉଦ୍ଧାରକାରୀ ଦଳ ଓ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଟିମ ଦୁର୍ଘଟଣାଗ୍ରସ୍ତ ଭ୍ୟାନ୍‌ରୁ ଆହତଙ୍କୁ ବାହାର କରିଥିଲେ। ଏହାପରେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ପ୍ରାଥମିକ ଚିକିତ୍ସା ପରେ ଅଧିକାଂଶ ଲୋକଙ୍କୁ ଛାଡ଼ି ଦିଆଯାଇଛି। ତେବେ ୧୦ ଆହତ ଏବେ ବି ହସ୍ପିଟାଲରେ ରହିଛନ୍ତି। ଏମାନଙ୍କ ମଧ୍ୟରେ ଥିବା ଜଣେ ୧୦ ବର୍ଷର ଶିଶୁର ଅବସ୍ଥା ଗୁରତର ଥିବା କୁହାଯାଉଛି।

ଅନ୍ୟପକ୍ଷରେ ପୁଲିସ୍‌ ଦର୍ଘଟଣାଗ୍ରସ୍ତ ଗାଡ଼ିକୁ ପୁଲିସ୍‌ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Odisha Accident Road Accident