Advertisment

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୨୦ ଦୋକାନ

ଆଜି ଦିନ ପ୍ରାୟ ସାଢେ ୧୧ଟା ସମୟରେ ଡେଲି ମାର୍କେଟରେ ନିଆଁ ଲାଗିଯାଇଥିଲା।

ଅଦ୍ୟତନ ହୋଇଛି
Fire

Fire

Advertisment

ଅନୁଗୋଳ ପୌରପାଳିକାର ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୨୦ରୁ ଅଧିକ ଦୋକାନ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

Advertisment

ଆଜି ଦିନ ପ୍ରାୟ ସାଢେ ୧୧ଟା ସମୟରେ ଡେଲି ମାର୍କେଟରେ ନିଆଁ ଲାଗିଯାଇଥିଲା। କିଛି ବ୍ୟବସାୟୀ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଅଧିକ ଧୁଆଁ ବାହାରୁଥିବା ନିଆଁକୁ ଆୟତ୍ତ କରିବା ଅଗ୍ନିଶମ ବାହିନୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି।

ତେବେ କିପରି ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। କେହି ବିଡ଼ି, ସିଗାରେଟ ଖାଇ ନିଆଁ ପକାଇଦେବା ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହେଲେ ପ୍ରକୃତ କାରଣ ଜଣାପଡ଼ିନାହିଁ।

Advertisment
Fire Breakout Anugul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe