Bus
ବସ୍ରେ ଯାଉଥିଲେ। ବାନ୍ତି ଲାଗିଲା। ତେଣୁ ଝରକା ଖୋଲି ବାନ୍ତି କରୁଥିଲେ। ସେହି ସମୟରେ ଏକ ଗାଡ଼ି ଆସି ଝରକା ବାହାରକୁ ଥିବା ତାଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦିଲ୍ଲୀରେ ଜଣେ ଯୁବତୀଙ୍କ ସହିତ ଘଟିଛି ଏହି ଘଟଣା।
ମୃତ ଯୁବତୀଙ୍କ ନାଁ ବବଲି (୨୦)। ତାଙ୍କ ଘର ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ। ସେ କଶ୍ମୀରୀ ଗେଟ୍ରୁ ବସ୍ରେ ଚଢ଼ିଥିଲେ। ସେ ଲୁଧିଆନା ଯାଉଥିଲେ। ବବଲିଙ୍କ ସହିତ ତାଙ୍କ ଭଉଣୀ, ଭିଣୋଇ ଓ ସେମାନଙ୍କ ତିନି ଛୁଆ ଥିଲେ।
ସେ ଯେଉଁ ବସ୍ଟିରେ ଯାତ୍ରା କରୁଥିଲେ, ତାହା ହରିୟାଣ ରୋଡୱେଜ୍ର ଥିଲା। ବସ୍ଟି ଅଲୀପୁର ପାଖାପାଖି ହୋଇଥିବା ବେଳେ ବବ୍ଲିଙ୍କୁ ବାନ୍ତି ଲାଗିଥିଲା। ତେଣୁ ସେ ଝରକା ଦେଇ ମୁଣ୍ଡ ବାହାର କରିଥିଲେ। ସେହି ସମୟରେ ଏକ ଗାଡ଼ି ବସ୍ଟିକୁ ଓଭରଟେକ୍ କରୁଥିଲା। ସେହି ଗାଡ଼ିଟି ବବଲିଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁ କରିଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିଟିକୁ ପୁଲିସ ଖୋଜୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bus__1693410797.jpg)