Advertisment

ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା ବସ୍;୨୧ ଆହତ

ଗତକାଲି ଲକ୍ଷ୍ମୀ ନାମକ ଯାତ୍ରୀବାହୀ ବସ୍‌ଟି ୪୦ ଜଣ ଯାତ୍ରୀଙ୍କୁ ନେଇ ଦେବଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା।

Accident

Accident

Advertisment

ଡିଭାଇଡରରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୨୧ ଜଣ ଆହତ ହୋଇଛନ୍ତି। କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

Advertisment

ଆହତଯାତ୍ରୀଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ଜଣାଯାଇଛି। ସମସ୍ତ ଆହତ ଯାତ୍ରୀ ଦେବଗଡ଼ ଅଞ୍ଚଳର।

ଗତକାଲି ଲକ୍ଷ୍ମୀ ନାମକ ଯାତ୍ରୀବାହୀ ବସ୍‌ଟି ୪୦ ଜଣ ଯାତ୍ରୀଙ୍କୁ ନେଇ ଦେବଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଆସୁଥଲା। ରାତି ପ୍ରାୟ ୩ଟା ସମୟରେ ବସଟି ଡିଭାଇଡରରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।

Advertisment

ଦୁର୍ଘଟଣାରେ ୨୧ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଘନ କୁହୁଡି ଯୋଗୁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବୋଲି କୁହାଯାଇଛି। ପୁଲିସ ଗାଡ଼ିକୁ ଜବତ ଘଟଣାର ତଦନ୍ତ କରୁଛି।

Cuttack Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe