Advertisment

ବ୍ରିଜ ଉପରୁ ଖସି ଜଳିଗଲା ବସ୍‌; ଜିଅନ୍ତା ଜଳିଗଲେ ୨୧ ଯାତ୍ରୀ , ୨୦ ଗୁରୁତର

ଏକ ଗ୍ୟାସ୍‌ଚାଳିତ ବସ୍‌ ପୋଲ ଉପରୁ ଖସି ପଡ଼ି ଜଳି ଯାଇଥିଲା। ଫଳରେ ସେଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

author-image
Niharika Rout
Bus Accident

Bus Accident

ଇଟାଲିର ଭେନିସ ସହରରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨୧ ଜଣଙ୍କ ଜୀବନ ଯାଇଛି। ଏକ ଗ୍ୟାସ୍‌ଚାଳିତ ବସ୍‌ ପୋଲ ଉପରୁ ଖସି ପଡ଼ି ଜଳି ଯାଇଥିଲା। ଫଳରେ ସେଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ମଧ୍ୟରେ ବହୁ ବିଦେଶୀ ନାଗରିକ ବି ଥିବା ଜଣାଯାଇଛି।

Advertisment

ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ବସ୍‌ଟି ବ୍ୟାପିଙ୍ଗ ଗ୍ରାଉଣ୍ଡ ଅଭିମୁଖେ ଯାଉଥିବା ବେଳେ ଏକ ଓଭରପାସ୍‌ରେ ଦୁର୍ଘଟଣାର ଶିକାର ହୋଇଥିଲା। ଭାରସାମ୍ୟ ହରାଇ ଗାଡ଼ିରୁ ଉପରୁ ତଳକୁ ଖସି ପଡ଼ିଥିଲା। ଫଳରେ ହଠାତ୍‌ ବସ୍‌ରେ ନିଆଁ ଲାଗି ଯାଇଥିବାରୁ ତାହା ଆଖି ପିଛୁଳାକେ ଜଳି ଯାଇଥିଲା। ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୧ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଥିବା ଜଣାଯାଇଛି।  ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ୨୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡ଼ି ନ ଥିବା ବେଳେ ଗାଡ଼ି ଡ୍ରାଇଭର ଦୁର୍ଘଟଣା ପୂର୍ବରୁ ଅସୁସ୍ଥତା ଅନୁଭବ କରିବାରୁ ଏପରି ଭୟଙ୍କର ଦୁର୍ଘଟଣା ଘଟିଥିବା ଜଣାଯାଇଛି।

Advertisment

ଏହି ଦୁର୍ଘଟଣା ଖବର ପାଇ ଇଟାଲି ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ଗୁରୁତରଙ୍କ ଯଥାସମ୍ଭବ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Roadaccident Italy