Advertisment

ଘାଟିରେ ଓଲଟିଲା ପିକ୍‌ଅପ୍ ଭ୍ୟାନ, ୨୧ ଛାତ୍ର ଆହତ

ଆହତ ଛାତ୍ରଙ୍କ ମଧ୍ୟରୁ ୧୪ ଜଣଙ୍କୁ ଆର୍‌. ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୭ ଜଣଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ଗଜପତି ଜିଲ୍ଲା ଚମ୍ପା ଘାଟିରେ ଏକ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୨୧ ଜଣ ଛାତ୍ର ଆହତ ହୋଇଛନ୍ତି। ଆହତ ଛାତ୍ରମାନେ ଆର୍‌. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଳିଗଡ଼ ହାଇସ୍କୁଲର।

Advertisment

ଆହତ ଛାତ୍ରଙ୍କ ମଧ୍ୟରୁ ୧୪ ଜଣଙ୍କୁ ଆର୍‌. ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୭ ଜଣଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ହାଡ଼ ଫ୍ରାକ୍ଚର ହୋଇଛି। ସେମାନଙ୍କ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି।

ଏହି ଛାତ୍ରମାନେ ଆଜି ଆର.ଉଦୟଗିରିରେ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ କ୍ରୀଡ଼ା ଉତ୍ସବରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ପିକ୍‌ଅପ୍ ଭ୍ୟାନ୍‌ରେ ଥିବା ସମସ୍ତ ୨୧ ଜଣ ଛାତ୍ର ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। 

Advertisment

ସୂଚନା ଅନୁଯାୟୀ, ଏହି ଛାତ୍ରଙ୍କ ସହିତ ସେମାନଙ୍କ ସ୍କୁଲର ପିଇଟି ଥିଲେ। ସେ କୁଆଡ଼େ ନିଜେ ଗାଡ଼ି ଚଲାଉଥିଲେ। ହେଲେ ଡ୍ରାଇଭରକୁ ଗାଡ଼ି ଚଲାଇବାକୁ ନ ଦେଇ ପିଇଟି କାହିଁକି ଗାଡ଼ି ଚଲାଉଥିଲେ, ତାହା ତଦନ୍ତ ସାପେକ୍ଷ। ସେହିଭଳି ଜିନିଷପତ୍ର ବୋହିବା ପାଇଁ ଉଦ୍ଦିଷ୍ଟ ଏକ ଡାଲା ଗାଡ଼ିରେ କାହିଁକି ଛାତ୍ରମାନଙ୍କୁ ଅଣାଯାଉଥିଲା, ତା’ ଉପରେ ବି ପ୍ରଶ୍ନ ଉଠିଛି।  

ଅନ୍ୟପକ୍ଷରେ ଆର. ଉଦୟଗିରି ବିଡିଓ କହିଛନ୍ତି ଯେ ରାତି ହୋଇଯିବାରୁ ସେହି ଛାତ୍ରମାନଙ୍କୁ ଆଜି ଆର. ଉଦୟଗିରିରେ ରହିଯିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ଚାଲି ଯାଇଥିଲେ। 

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe