Advertisment

Accident: ଖାତକୁ ଖସିଲା ମିନି ଟ୍ରକ୍, ଚାଲିଗଲା ୨୨ ଶ୍ରମିକଙ୍କ ଜୀବନ: ୩ ଦିନ ପରେ ମିଳିଲା ଖବର

ଗୁରବାର ଘଟଣାରେ ଏକମାତ୍ର ଜୀବିତ ବ୍ୟକ୍ତି ଗଭୀର ଖାତରୁ ବାହାରିବା ସହ ପାହାଡ଼ ଚଢ଼ି ଉପରକୁ ଆସିଥିଲେ। ସେ ଗୁରୁତର ଆହତ ହୋଇଥିଲେ ହେଁ ୪ କିମି ବାଟ ଚାଲି ଚାଲି ଗୋଟିଏ ବର୍ଡର ରୋଡ ଅର୍ଗାନାଇଜେସନ କ୍ୟାମ୍ପରେ ପହଞ୍ଚିଥିଲେ।

author-image
Hemant Lenka
accident

ଦୁର୍ଘଟଣା

ଅରୁଣାଚଳ ପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା। ଶ୍ରମିକଙ୍କୁ ନେଇ ଯାଉଥିବା ଗୋଟିଏ ମିନି ଟ୍ରକ୍‌ ୧୦୦୦ ଫୁଟ ତଳେ ଥିବା ଖାତକୁ ଖସି ପଡ଼ିଛି। ଏଥିରେ ୨୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ସମସ୍ତ ଶ୍ରମିକ ଆସାମର ବୋଲି ଜଣାପଡ଼ିଛି। ଭାରତ-ଚାଇନା ସୀମାନ୍ତ ଅଞ୍ଜାୱ ଜିଲ୍ଲାରେ ଏପରି ଘଟଣା ଘଟିଛି। 

Advertisment

ମିନି ଟ୍ରକଟି ସୀମାନ୍ତ ଅଞ୍ଚଳରେ ଥିବା ଅତି ଉଚ୍ଚ ହାୟୁଲିଆଙ୍ଗ-ଚାଗଲାଗମ ରାସ୍ତାରେ ସୋମବାର ଯାଉଥିବା ବେଳେ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କିନ୍ତୁ ୩ ଦିନ ଧରି ଏହାର ଖବର କାହା ପାଖରେ ନଥିଲା। ଗୁରବାର ଘଟଣାରେ ଏକମାତ୍ର ଜୀବିତ ବ୍ୟକ୍ତି ଗଭୀର ଖାତରୁ ବାହାରିବା ସହ ପାହାଡ଼ ଚଢ଼ି ଉପରକୁ ଆସିଥିଲେ। ସେ ଗୁରୁତର ଆହତ ହୋଇଥିଲେ ହେଁ ୪ କିମି ବାଟ ଚାଲି ଚାଲି ଗୋଟିଏ ବର୍ଡର ରୋଡ ଅର୍ଗାନାଇଜେସନ କ୍ୟାମ୍ପରେ ପହଞ୍ଚିଥିଲେ। ସେଠାରେ ସେ ଘଟଣା(Accident) ସମ୍ପର୍କରେ ସୂଚନା ଦେବା ପରେ ସମସ୍ତେ ଏ ସମ୍ପର୍କରେ ଜାଣିବାକୁ ପାଇଛନ୍ତି। 

ଅଞ୍ଜାୱ ଜିଲ୍ଲା ଡେପୁଟି କମିଶନର ମିଲୋ କୋଜିନ କହିଛନ୍ତି, “ଆସାମର ଏନଡିଆରଏଫ ଟିମ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଘଟଣା ସ୍ଥଳରେ ପହଞ୍ଚିବେ। ସେମାନେ ଆଜି ରାତି ସୁଦ୍ଧା ପହଞ୍ଚିବା ପରେ ଆସନ୍ତାକାଲି ଠାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ।

Advertisment

ଘଟଣା ସମ୍ପର୍କରେ ଖବର ଦେଇଥିବା ଗୁରୁତର ଆହତଙ୍କୁ ଦିବ୍ରୁଗଡ଼ ସ୍ଥିତ ଆସାମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୮ ଜଣ ଶ୍ରମିକଙ୍କ ପରିଚୟ ମିଳିଛି। ଅନ୍ୟ ୪ ଜଣଙ୍କ ସମ୍ପର୍କରେ ସୂଚନା ହାସଲ କରିବାକୁ ଉଦ୍ୟମ ଚାଲିଛି।” 

ଡିଫେନ୍ସ ପିଆରଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏମ ରାୱତ କହିଛନ୍ତି ଯେ ଭାରତୀୟ ସ୍ଥଳ ସେନା ପକ୍ଷରୁ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ପ୍ରାୟ ୨୦୦ ମିଟର ଗଭୀରରେ ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ଠାବ କରାଯାଇଛି।

ହେଲିକପ୍ଟରରୁ ୧୮ଟି ମୃତଦେ ଚିହ୍ନଟ ହୋଇଛି। ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ସେଠାରେ କେହି ବି ପହଞ୍ଚି ପାରି ନାହାନ୍ତି। ତଥାପି ସେଠାରେ ପହଞ୍ଚିବାକୁ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି। 

Accident