Advertisment

ଷ୍ଟିଲ୍ କାରଖାନାରେ ବିସ୍ଫୋରଣ; ୨୨ କର୍ମଚାରୀ ଆହତ, ୩ ଗୁରୁତର

ଇସ୍ପାତ କାରଖାନାରେ ବିସ୍ଫୋରଣ ଘଟି ୨୨ ଜଣ କର୍ମଚାରୀ ଆହତ ହୋଇଛନ୍ତି।

Fire

Fire

Advertisment

ମହାରାଷ୍ଟ୍ରର ଏକ ଇସ୍ପାତ କାରଖାନାରେ ବିସ୍ଫୋରଣ ଘଟି ୨୨ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଜଲନା ସହରର  MIDC ଅଞ୍ଚଳରେ ଥିବା ଗଜ କେଶରୀ ଇସ୍ପାତ କାରଖାନାରେ ବଏଲର ବିସ୍ଫୋରଣ ଘଟି ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଥିଲା। ବିସ୍ଫରଣ ପରେ ଲୁହା ତରଳି ଶ୍ରମିକଙ୍କ ଉପରେ ପଡିବାରୁ ସେମାନେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଖବର ପାଇ ଅଗ୍ନିଶମବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୨୨ ଜଣ କର୍ମଚାରୀଙ୍କୁ ଉଦ୍ଧାର କରିଛନ୍ତି। ଖବର ଲେଖା ହେବା ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା। ଫ୍ୟାକ୍ଟ୍ରିରେ ମୋଟ କେତେ ଜଣ ଶ୍ରମିକ ଥିଲେ, ସେନେଇ ସ୍ପଷ୍ଟ ହୋଇନାହିଁ।   

Advertisment

ଏସପି ଅଜୟ କୁମାର ବଂସଲ କହିଛନ୍ତି ଯେ, ଆହତ କର୍ମଚାରୀଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଛତ୍ରପତି ସମ୍ଭଜିନଗରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କମ୍ପାନୀ ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିବା ଅନ୍ୟ ଜଣେ ଅଧିକାରୀ କହିଛନ୍ତି।

Explosion Maharashtra News Factory Fire Steel Factory Explosion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe