Advertisment

ମଝି ସମୁଦ୍ରରେ ଫସିଲା ସରକାରୀ ରିସର୍ଚ୍ଚ ଭେସେଲ ‘ସମୁଦ୍ର କୌସ୍ତୁଭ’

ଆଜି ସକାଳେ ଅତି ଭୀଷଣ ବାତ୍ୟାରେ ରୂପନେଇଥିବା ‘ହାମୁନ’ ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହୋଇଭ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏବେ ଆଗକୁ ବଢ଼ୁଛି ବାତ୍ୟା।

Coast guard

Coast guard

Advertisment

ବାତ୍ୟା ‘ହାମୁନ’ ଯୋଗୁ ଅଶାନ୍ତ ସମୁଦ୍ରରେ ଅଚଳ ହେଲା ଜାହାଜ। ମଝି ସମୁଦ୍ରରେ ଫସିଲା ସରକାରୀ ରିସର୍ଚ୍ଚ ଭେସେଲ ‘ସମୁଦ୍ର କୌସ୍ତୁଭ’। ଦିଶାହୀନ ଅବସ୍ଥାରେ ମଝି ସମୁଦ୍ରରେ ଭାସୁଥିଲା ‘ସମୁଦ୍ର କୌସ୍ତୁଭ’। ଇଞ୍ଜିନ ଅଚଳ ହେବାରୁ ଭାସୁଥିଲା ଭେସେଲ ‘ସମୁଦ୍ର କୌସ୍ତୁଭ’। ଘଟଣା ଜଣାପଡ଼ିବା ପରେ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ। ଭେସେଲ୍‌କୁ କୋଷ୍ଟଗାର୍ଡ ଜାହାଜ ‘ଅମୋଘ’ ଟାଣି ଟାଣି କୂଳକୁ ଆଣୁଛି। ପାରାଦୀପ ପୋର୍ଟରେ ଆସନ୍ତାକାଲି ସନ୍ଧ୍ୟାରେ ପହଞ୍ଚିବା ସମ୍ଭାବନା ରହିଛି। ଦୁର୍ଘଟଣାଗ୍ରସ୍ତ ଭେସେଲ୍‌ରେ ଅଛନ୍ତି ୨୫ ଜଣ କ୍ରିଉ ମେମ୍ବର।

Advertisment

ଆଜି ସକାଳେ ଅତି ଭୀଷଣ ବାତ୍ୟାରେ ରୂପନେଇଥିବା ‘ହାମୁନ’ ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହୋଇଭ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏବେ ଆଗକୁ ବଢ଼ୁଛି ବାତ୍ୟା। ବଙ୍ଗୋପସାଗରରେ ପୂର୍ବ-ଉତ୍ତରପୂର୍ବ ଦିଗରେ ଗତି କରୁଛି। ପାରାଦୀପ ଠାରୁ ପୂର୍ବ ଦିଗରେ ୩୩୦ କିମି ଦୂରରେ ରହିଛି। ଆସନ୍ତାକାଲି ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କୁହାଯାଇଛି। ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ କେତେକ ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇପାରେ। ତେବେ ରାଜ୍ୟ ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe