Advertisment

ଆନ୍ଧ୍ର-ଓଡ଼ିଶା ସୀମାରେ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା;୨୬ ଟ୍ରେନ ବାତିଲ

୨୨ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ୧୧ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି।

ଅଦ୍ୟତନ ହୋଇଛି
train accident

Train accident

Advertisment

ଆନ୍ଧ୍ର-ଓଡ଼ିଶା ସୀମାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ପରେ୨୬ଟି ଟ୍ରେନକୁ ବାତିଲ କରାଯାଇଛି। ସେହିପରି ୨୨ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ୧୧ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ଏହାସହ ୬ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି।

Advertisment

ବାତିଲ ହୋଇଥିବା ଟ୍ରେନ ଗୁଡ଼ିକ ହେଲା ପଲାସା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-କୋର୍ବା ଟ୍ରେନ୍, କୋର୍ବା-ବିଶାଖାପାଟଣା ଟ୍ରେନ୍, ପଲାସା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ୍, ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ୍, ରାୟଗଡା-ବିଶାଖାପାଟଣା ପାସେଞ୍ଜର, ବିଜୟନଗରମ୍-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-ଗୁଣପୁର ସ୍ୱତନ୍ତ୍ର ଟ୍ରେନ୍, ଗୁଣପୁର-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ,ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ-ପୁରୀ ଏକ୍ସପ୍ରେସ,ବିଶାଖାପାଟଣା-କୋରବା ଏକ୍ସପ୍ରେସ,ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ,ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ,ବିଶାଖାପାଟଣା-ପଲାସା ପାସେଞ୍ଜର,ପଲାସା-ବିଶାଖାପାଟଣା ପାସେଞ୍ଜର,ବିଶାଖାପାଟଣା-ତିରୁପତି ପାସେଞ୍ଜର,ତିରୁପତି-ବିଶାଖାପାଟଣା ପାସେଞ୍ଜର,ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ୍, ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ, ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଓ
ବିଶାଖାପାଟଣା-ଭୁବନେଶ୍ୱ ଇଣ୍ଟରସିଟିକୁ ବାତିଲ କରାଯାଇଛି। ଏନେଇ ଇଷ୍ଟ କୋଷ୍ଟ ରେଲୱେ ସିପିଆରଓ ବିଶ୍ୱଜିତ ସାହୁ ସୂଚନା ଦେଇଛନ୍ତି। ଇଷ୍ଟକୋଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

 ସେ ଆହୁରି କହିଛନ୍ତି, ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ ମରାମତି କାମ ଚାଲିଛି।   ଅପରାହ଼ହ୍ନ ୪ଟା ସୁଦ୍ଧା ମରାମତି କାମ ସରିବବୋଲି ଆଶ ରଖାଯାଇଛି। ଼ଦୁର୍ଘଟଣାରେ  ୫ଟି ବଗି କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ଲୋକଙ୍କ ପାଇଁ ବସ୍ ବ୍ୟବସ୍ଥା କରାଯାଇଛି।

Advertisment

ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ସମୟରେ ଆନ୍ଧ୍ରର ଆଲମଣ୍ଡା ଷ୍ଟେସନରୁ କିଛି ବାଟ ପୂର୍ବରୁ ପଲାସା ପାସେଞ୍ଜର ଟ୍ରେନକୁ ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପାସେଞ୍ଜର ଟ୍ରେନ୍‌ର ବଗି ଅନ୍ୟ ଟ୍ରାକ୍‌ରେ ପଡ଼ିଥିଲା। ସେହି ସମୟରେ ଆସୁଥିବା ମାଲ୍‌ବାହୀ ଟ୍ରେନ୍‌ଟି ପାସେଞ୍ଜରର ବଗିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଲୋକ ପାଇଲଟ ଓ  ଗାର୍ଡଙ୍କ ସହ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ପ୍ରାୟ ୫୦ ଜଣ ଆହତ ହୋଇଥିବା ନେଇ ସିପିଆର୍‌ଓ ସୂଚନା ଦେଇଛନ୍ତି।

Train Accident AndhraTrainTragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe