Advertisment

ଚକା ଫାଟିଯିବାରୁ ଗଛରେ ପିଟି ହେଲା ଟାଟା ଏସି; ୨୭ ଶ୍ରମିକ ଆହତ

ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Road Accident

Road Accident

Advertisment

ଚକା ଫାଟି ଯିବାରୁ ଗଛରେ ପିଟି ହେଲା ଟାଟା ଏସି। ଦୁର୍ଘଟଣାରେ ୨୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଜୁଡ଼ାମ୍ବ ଘାଟିରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତ ଅଧିନ ଜଡିପଦା ଗ୍ରାମରୁ ଧାନ ବିଲରେ କାମ କରିବାକୁ ୩୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ନେଇ ଏକ ଟାଟା ଏସି ଗାଡି ଆଜି ସକାଳେ ଭଦ୍ରକ ଜିଲ୍ଲା ବନ୍ତ ନିକଟ କେନ୍ଦୁଆ ଗ୍ରାମକୁ ଆସୁଥିଲା। ଏହି ସମୟରେ ଜୁଡାମ୍ବ ଘାଟି ନିକଟରେ ଗାଡ଼ିର ଏକ ଚକା ଫାଟି ଯାଇଥିଲା। ଚକା ଫାଟି ଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ନିକଟରେ ଥିବା ଗଛରେ ପିଟି ହୋଇଯାଇଥିଲା।

ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରେ ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Roadaccident Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe