Advertisment

ପରିଚୟ ଖୋଜୁଛି ୨୮ ଶବ; କେବେ ମିଳିବ ଠିକଣା?

ବାହାନଗା ଟ୍ରେନ୍‌ ଟ୍ରେଜେଡି ପରେ ରେଳ ଚଳାଚଳ ସ୍ୱଭାବିକ ହେଲାଣି। ହେଲେ ଏବେ ମଧ୍ୟ ୨୮ ମୃତଦେହଙ୍କୁ ମିଳିନି ପରିଚୟ। ସମସ୍ତଙ୍କ ମନରେ ପ୍ରଶ୍ନ, କେବେ ଏସବୁ ମୃତଦେହକୁ ମିଳିବ ପରିଚୟ ?

author-image
Manoranjan Sial
undefined

Bahanaga Train Accident

ପରିଚୟ ଖୋଜୁଛି ୨୮ ଶବ। କେବେ ମିଳିବ ଶବଙ୍କ ଠିକଣା? କେତେଦିନ ଧରି କଣ୍ଟେନରରେ ରହିବ ଶବ? ସତରେ କ’ଣ ବିଚା ପରିଚୟରେ ଷଢ଼ିଯିବ ୨୮ ମୃତଦେହ? ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ୩ ମାସ ବିତି ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ମିଳିନି ୨୮ ଶବଙ୍କ ଠିକଣା। ସେପଟେ ପରିବାର ଲୋକେ ମୃତଦେହ ଗ୍ରହଣ କରିବା ପାଇଁ ଅନାଇ ଅନାଇ ଆଖିର ଲୁହ ଶୁଖିବାକୁ ବସିଲାଣି।

Advertisment

ବାହାନଗା ଟ୍ରେନ୍‌ ଟ୍ରେଜେଡି ପରେ ରେଳ ଚଳାଚଳ ସ୍ୱଭାବିକ ହେଲାଣି। ହେଲେ ଏବେ ମଧ୍ୟ ୨୮ ମୃତଦେହଙ୍କୁ ମିଳିନି ପରିଚୟ। ସମସ୍ତଙ୍କ ମନରେ ପ୍ରଶ୍ନ, କେବେ ଏସବୁ ମୃତଦେହକୁ ମିଳିବ ପରିଚୟ ? ଭୁବନେଶ୍ୱର ଏମ୍‌ସ କର୍ତ୍ତୃପକ୍ଷ କହିଛନ୍ତି, ବାହାନଗା ଟ୍ରେନ ଟ୍ରାଜେଡି ପରେ ଏମ୍‌ସକୁ ୧୬୨ଟି ମୃତଦେହ ଆସିଥିଲା। ସେଥିମଧ୍ୟରୁ ୮୧ଟି ଡେଡ୍‌ବଡିକୁ ପରିବାର ଲୋକଙ୍କ ଦ୍ୱାରା ଚିହ୍ନଟ ପରେ ତତ୍କାଳ ହସ୍ତାନ୍ତର କରାଯାଇଥିଲା। ବଳକା ୮୧ଟି ମୃତଦେହ ଲାଗି ୧୧୦ ଜଣ ଦାବିଦାର ବାହାରିବା ପରେ ସେଗୁଡ଼ିକ ଚିହ୍ନଟ ପାଇଁ ଡିଏନଏ ମ୍ୟାଚିଂର ସହାୟତା ନିଆଯାଇଥିଲା। ଡିଏନ୍ଏ ମ୍ୟାଚ କରିବା ପରେ ୫୩ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଡିଏନ୍ଏ ମ୍ୟାଚିଂ ପ୍ରକ୍ରିୟା ମଧ୍ୟ ସରିଯାଇଛି। ବଳକା ୨୮ ମୃତଦେହକୁ କଣ୍ଟେନରରେ ସୁରକ୍ଷିତ ରଖାଯାଇଛି। ହେଲେ ଗତ ୧୦ ଦିନ ଭିତରେ ଡେଡ୍‌ବଡି ପାଇଁ ଆଉ କେହି ନୂଆ ଦାବିଦାର ଆସିନାହାନ୍ତି ବୋଲି କହିଛନ୍ତି ଏମ୍‌ସ ଅଧୀକ୍ଷକ ପ୍ରଫେସର ଦିଲୀପ ପରିଡ଼ା।

ଦକ୍ଷିଣ ପୂର୍ବ ରେଳପଥ କର୍ତ୍ତୃପକ୍ଷଙ୍କ କହିବା କଥା, ଏତେ ସଂଖ୍ୟକ ମୃତଦେହ ଚିହ୍ନଟ ନ ହେବା, ରେଳ ଇତିହାସରେ କେବେ ଦେଖିବାକୁ ମିଳିନଥିଲା। ଆଜି ଯାଏଁ ଯେତେ ଦୁର୍ଘଟଣା ଘଟିଛି, ମୃତଦେହକୁ ଚିହ୍ନଟ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଡିଏନଏ ମ୍ୟାଚିଂ ପରେ ମଧ୍ୟ ମୃତଦେହ ଚିହ୍ନଟ ହୋଇ ନ ପାରିବା ସ୍ଥିତି କେବେ ଆସିନଥିଲା। ଏମିତିକି ବାହାନଗା ଟ୍ରେନ ଦୁର୍ଘଟଣା ପରେ ଡେଡ୍‌ବଡି ହସ୍ତାନ୍ତର ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ମଧ୍ୟ ରହିଛି। ସିବିଆଇ ମାମଲାର ତଦନ୍ତ କରୁଛି। ତେଣୁ ବଳକା ମୃତଦେହ ଗୁଡ଼ିକୁ କ’

Advertisment

ଣ କରାଯିବ, ସେନେଇ ରେଲୱେ ବୋର୍ଡ ରାଜ୍ୟ ସରକାରଙ୍କ ସହ ବିଚାର କରି ନିଷ୍ପତ୍ତି ନେବ ବୋଲି କହିଛନ୍ତି ଦକ୍ଷିଣ-ପୂର୍ବ ରେଳପଥର ସିପିଆର୍‌ଓ ଆଦିତ୍ୟ ଚୌଧୁରୀ।

ଜୁନ୍ ୨ ତାରିଖରେ ସେ କାଳ ରାତି ମନେ ପଡ଼ିଲେ ଏବେ ମଧ୍ୟ ଲୋମ ଟାଙ୍କୁରି ଉଠୁଛି। ଦୁର୍ଘଟଣାର କେଇ ଘଣ୍ଟା ମଧ୍ୟରେ ବାହାନଗା ସ୍କୁଲ ପରିସରରେ ଗଦା ହୋଇଯାଇଥିଲା ଶହ ଶହ ଶବ।

Bahanaga Train Accident Bhubaneswar Aiims