Advertisment

କାଉଡିଆଙ୍କ ଉପରେ ମାଡ଼ିଗଲା କାର୍‌;୨ ମୃତ, ୧୧ ଆହତ

ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Road Accident

Road Accident

ପାଣି ଭାର ନେଇ ଦେବ ଦେବ ମହାଦେବଙ୍କ ପାଖକୁ ଯାଉଥିବା ବେଳେ କାଉଡିଆଙ୍କ ଉପରେ ମାଡ଼ିଗଲା କାର୍‌। ଦୁର୍ଘଟଣାରେ ୨ଜଣ କାଉଡିଆଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଇ ଏବଂ ଭେଜିପୁଟ ମଝି ରାସ୍ତାରେ। ମୃତକ ହେଲେ ଅରଖପୁର ଗାଁର ମୁକୁନା ବେହେରା(୩୨) ଓ ଅନିତା କୁମାରୀ ଜେନା(୩୮)। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି  ବିଳମ୍ବିତ  ରାତିରେ ୧୭ ଜଣିଆ କାଉଡିଆ ଦଳ ଅରଖପୁର ଗାଁରେ ଥିବା ତାଡ଼କେଶ୍ୱର ମନ୍ଦିରକୁ ପାଣିଭାର ନେଇ ଯାଉଥିଲେ। ଏହି ସମୟରେ ଏକ କାର୍‌ ଦ୍ରୁତ ଗତିରେ ଆସି କାଉଡିଆଙ୍କ ଉପରେ ମାଡ଼ି ଯାଇଥିଲା। ପରେ କାର୍‌ଟି ବିଲ ଭିତରକୁ ପଶି ଯାଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଦୁର୍ଘଟଣାପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା। ଏହି ଘଟଣାକୁ  ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Odisha Police Ganjam Road Accident