/odisha-reporter/media/post_attachments/uploadimage/library/16_9/16_9_0/IMAGE_1732863920.jpg)
Road Accident
ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମାଧିଆପାଲି ବ୍ରିଜ ଉପରେ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି।
Advertisment
ମୃତ୍ୟୁ ବ୍ୟକ୍ତି ଜଣକ ହେଲେ ଅର୍ଜୁନପୁରର ବସନ୍ତ ସାହୁ। ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ। ଆହତ ଦ୍ୱୟଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ଦିନ ପ୍ରାୟ ୧୨ ସମୟରେ ବସନ୍ତ ଓ ଅନ୍ୟ ଜଣେ ଯୁବକ ବାଇକ୍ ଯୋଗେ କୌଣସି କାମରେ ଯାଉଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ବାଇକ୍ ସହ ସେମାନଙ୍କ ଗାଡ଼ିର ଧକ୍କା ହୋଇଥିଲା।
Advertisment
ଘଟଣାସ୍ଥଳରେ ବସନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
