Advertisment

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା;୨ ମୃତ, ୨ଗୁରୁତର

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Road Accident

Road Accident

Advertisment

ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମାଧିଆପାଲି ବ୍ରିଜ ଉପରେ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି। 

Advertisment

ମୃତ୍ୟୁ ବ୍ୟକ୍ତି ଜଣକ ହେଲେ ଅର୍ଜୁନପୁରର ବସନ୍ତ ସାହୁ। ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ। ଆହତ ଦ୍ୱୟଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଦିନ ପ୍ରାୟ ୧୨ ସମୟରେ ବସନ୍ତ ଓ ଅନ୍ୟ ଜଣେ ଯୁବକ ବାଇକ୍‌ ଯୋଗେ କୌଣସି କାମରେ ଯାଉଥିଲେ।  ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ବାଇକ୍‌ ସହ ସେମାନଙ୍କ ଗାଡ଼ିର ଧକ୍କା ହୋଇଥିଲା। 

Advertisment

ଘଟଣାସ୍ଥଳରେ ବସନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। 

Roadaccident Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe