ଯାଜପୁର ଜିଲ୍ଲା ଜାତୀୟ ରାଜପଥ ୧୬ ମୂଳାପାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଗାଡ଼ି ମରାମତି ଚାଲିଥିବା ବେଳେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ମାଡ଼ିଯିବାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୨ ଜଣ ଆହତ ହୋଇଛନ୍ତି। ।
ମୃତକମାନେ ହେଲେ ଗୋପଲପୁର୍ ଗ୍ରାମର ବିଶ୍ୱରଞ୍ଜନ ଗୁଇଁ ଓ ବାଲିଚନ୍ଦ୍ରପୁର ଅଞ୍ଚଳର ଉମେଶ ଜେନା। ଆହତମାନଙ୍କୁ ମଧୁବନ ମେଡିକାଲରେ ଭର୍ତ୍ତି କରାଯାଇଛି।
Also Read
ଆଜି ଦିନ ୧୨ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଦ୍ରୁତଗତିରେ ଆସି ପ୍ରଥମେ କ୍ରସର ଗୁଣ୍ଡ ବୋଝେଇ ଡ଼ମ୍ଫରକୁ ଧକ୍କା ଦେଇଥିଲା। ପରେ ରାସ୍ତାକଡ଼ରେ ମରାମତି ଚାଲିଥିବା ଏକ ଗାଡ଼ିରେ ଯାଇ ପିଟି ହୋଇଯାଇଥିଲା। ଗାଡ଼ିମରାମତି କରୁଥିବା ବିଶ୍ୱରଞ୍ଜନ ଓ ଉମେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ୨ ଜଣ ଆହତ ହୋଇଥିଲେ। ପୁଲିସ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିବା ସହ ଗାଡ଼ି ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବୁଡ଼ ପକାଇବାକୁ ଯିବା ବେଳେ ଓଲଟିଲା ଡାଲା ଅଟୋ; ୧୩ ଆହତ
ଆଜି ସକାଳେ ଡେଙ୍ଗାଡି ଗାଁର ୧୫ ଜଣ ଏକ ଡାଲା ଅଟୋରେ ବୁଡ଼ ପକାଇବା ପାଇଁ ଆସିକା ଦୋ ମୁହାଣୀକୁ ଯାଉଥିଲେ।
Accident
ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ପାଗଳ କୁକୁର; ୭ ଆହତ
ଆହତଙ୍କ ମଧ୍ୟରେ ୫ଜଣ ମହିଳା ସହ ଜଣେ ପୁରୁଷ ଓ ଜଣେ ନାବାଳକ ଅଛନ୍ତି।