Advertisment

ରାସ୍ତାକଡ଼ରେ ଗାଡ଼ି ମରାମତି ଚାଲିଥିବା ବେଳେ ମାଡ଼ିଗଲା ଟ୍ରକ୍‌; ୨ମୃତ,୨ ଆହତ

ଆଜି ଦିନ ୧୨ ଟା ସମୟରେ ଏହି ଦୁର୍ଘଟଣା ଘଟିଛି।

Road Accident

Road Accident

Advertisment

ଯାଜପୁର ଜିଲ୍ଲା ଜାତୀୟ ରାଜପଥ ୧୬ ମୂଳାପାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଗାଡ଼ି ମରାମତି ଚାଲିଥିବା ବେଳେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ମାଡ଼ିଯିବାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୨ ଜଣ ଆହତ ହୋଇଛନ୍ତି। ।

Advertisment

ମୃତକମାନେ ହେଲେ ଗୋପଲପୁର୍ ଗ୍ରାମର ବିଶ୍ୱରଞ୍ଜନ ଗୁଇଁ ଓ ବାଲିଚନ୍ଦ୍ରପୁର ଅଞ୍ଚଳର ଉମେଶ ଜେନା। ଆହତମାନଙ୍କୁ ମଧୁବନ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆଜି ଦିନ ୧୨ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଦ୍ରୁତଗତିରେ ଆସି ପ୍ରଥମେ କ୍ରସର ଗୁଣ୍ଡ ବୋଝେଇ ଡ଼ମ୍ଫରକୁ ଧକ୍କା ଦେଇଥିଲା। ପରେ ରାସ୍ତାକଡ଼ରେ ମରାମତି ଚାଲିଥିବା ଏକ ଗାଡ଼ିରେ ଯାଇ ପିଟି ହୋଇଯାଇଥିଲା। ଗାଡ଼ିମରାମତି କରୁଥିବା ବିଶ୍ୱରଞ୍ଜନ ଓ ଉମେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ୨ ଜଣ ଆହତ ହୋଇଥିଲେ। ପୁଲିସ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିବା ସହ ଗାଡ଼ି ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।

Advertisment
Odisha Police Jajpur Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe