Advertisment

ସାଳନ୍ଦୀରେ ବୁଡ଼ି କାଉଡିଆ ନିଖୋଜ ଘଟଣା; ମିଳିଲା ୨ଜଣଙ୍କ ମୃତଦେହ

ଉଭୟଙ୍କ ମୃତଦେହ ଆଜି ସକାଳେ ମିଳିବା ପରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।

Soro

Soro

Advertisment

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ସାଳନ୍ଦୀ ନଦୀରେ ଗତକାଲି ଭାସି ଯାଇଥିବା ଦୁଇ କାଉଡିଆଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ସେମାନେ ହେଲେ ସୁବତ୍ର ମହାକୁଡ ଓ ରାଜେଶ ସାହୁ

Advertisment

ଗତକାଲି ଖଇରା ବ୍ଲକ ବଡ଼ଜୟପୁର ଗାଁର ୧୮ଜଣ କାଉଡିଆ ସାଳନ୍ଦୀ ନଦୀରୁ ପାଣି ଉଠାଇବାକୁ ଆସିଥିଲେ। ଏହି ସମୟରେ ସୁବତ୍ର ଓ ରାଜେଶଙ୍କ ସହ ତାଙ୍କର ଅନ୍ୟ ଜଣେ ସାଙ୍ଗ ପାଣିରେ ବୁ‍ଡି ଯାଇଥିଲେ।  ସ୍ଥାନୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ସୁବତ୍ର ଓ ରାଜେଶ ନିଖୋଜ ହୋଇଯାଇଥିଲେ।

ଗତକାଲି ଦମକଳ ବାହିନୀ ଓ ଓଡ୍ରାଫ୍ ଟିମ୍ ବହୁତ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ସକାଳେ ପୁଣି ଦମକଳ ବାହିନୀ ଓ ଓଡ୍ରାଫ୍ ଟିମ୍ ଖୋଜାଖୋଜି କରିଥିଲେ। ପ୍ରଥମେ ସୁବତ୍ରଙ୍କ ମୃତଦେହ ମିଳିଥିଲା। କିଛି ସମୟ ପରେ ରାଜେଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। 

Advertisment

ଉଭୟଙ୍କ ମୃତଦେହ ଆଜି ସକାଳେ ମିଳିବା ପରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ଭେଣ୍ଡିଆ ପୁଅକୁ ହରାଇ ମା’ବାପା କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି।

Balasore Soro
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe