Advertisment

ସିରିଜ୍ ଦୁର୍ଘଟଣା; ଯୁବକଙ୍କୁ ଧକ୍କା ଦେଇ ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍

ପୁଲିସ ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ଦୁରପଦା ଛକ ନିକଟରେ ଗତକାଲି ରାତିରେ ସିରିଜ୍ ଦୁର୍ଘଟଣା ଘଟିଛି। ରାସ୍ତାପାର ହେଉଥିବା ବେଳେ ଯୁବକଙ୍କୁ ଧକ୍କା ଦେଇ ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ସିରିଜ୍ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ହିନ୍ଦୋଳ ଥାନା ଅଞ୍ଚଳର ତାପସ ନାଏକ ଓ ଅନ୍ୟ ଜଣେ ରରୁଆଁ ଥାନା ଅଞ୍ଚଳର ଲାଲମୋହନ ବେହେରା।

Advertisment

ଗତକାଲି ରାତିରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ରାସ୍ତାପାର ହେଉଥିବା ଯୁବକଙ୍କୁ ଧକ୍କା ଦେଇଥିଲା। ପରେ ଟ୍ରକଟି କିଛି ବାଟ ଯିବା ପରେ ଏକ ଦୋକାନ ପାଖରେ ଠିଆ ହୋଇଥିବା ଏକ ବାଇକ ଆରୋହୀଙ୍କ ଉପରେ ମାଡ଼ିଯାଇଥିଲା। ଦୁର୍ଘଟଣାଟି ଏତେ ମର୍ମନ୍ତୁଦ ଥିଲା ଯେ ଟ୍ରକ୍ ବାଇକ ଆରୋହୀଙ୍କୁ ଧକ୍କା ଦେବା ପରେ ବାଇକ ସହ ଯୁବକଙ୍କୁ ୫୦ ମିଟର ଟାଣି ନେଇଥିଲା। ସେହି ସମୟରେ ବାଇକ୍‌ରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦୋକାନ ପାଖରେ ଠିଆ ହୋଇଥିବା ଅନ୍ୟ ଜଣେ ଯୁବକଙ୍କ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଥିଲେ। 

ପୁଲିସ ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ଏହାସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Roadaccident Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe