/odisha-reporter/media/post_attachments/uploadimage/library/16_9/16_9_0/Accident_1692865267.jpg)
Accident
ଟ୍ରକ୍କୁ ଓଭରଟେକ୍ କରିବା ପଡ଼ିଲା ମହଙ୍ଗା। ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁ ନିକଟରେ।
Advertisment
ମୃତକ ଦୁଇ ଜଣ ହେଲେ ସୋରଡା ନୂଆଗଡ ଗାଁର ରିଙ୍କୁ ନାୟକ ଓ ରାହୁଲ ନାୟକ। ଆଜି ଦିନ ପ୍ରାୟ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି।
ରିଙ୍କୁ ଓ ରାହୁଲ ଏକ ବାଇକରେ ଟ୍ରକ୍କୁ ଓଭର ଟେକ୍ କରୁଥିଲେ। କିଛି ବାଟ ଓଭରଟେକ୍ କରି ଗଲା ପରେ ସାମ୍ନାପଟୁ ଆସୁଥିବା ଏକ ବାଇକ୍ ସହ ଓଭରଟେକ କରୁଥିବା ବାଇକ୍ ଆରୋହୀଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ରିଙ୍କୁ ଓ ରାହୁଲ ବାଇକ୍ରୁ ଛିଟିକି କେନାଲ ହୁଡ଼ାରେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏହାସହ ଦୁର୍ଘଟଣାଗସ୍ତ ବାଇକ୍କୁ ଜବତ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
