Advertisment

ଟ୍ରକ୍‌କୁ ଓଭରଟେକ୍ କରୁଥିଲେ, ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ

ଆଜି ଦିନ ପ୍ରାୟ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ଟ୍ରକ୍‌କୁ ଓଭରଟେକ୍ କରିବା ପଡ଼ିଲା ମହଙ୍ଗା। ଚାଲିଗଲା ଦୁଇ ବାଇକ୍‌ ଆରୋହୀଙ୍କ ଜୀବନ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁ ନିକଟରେ।

Advertisment

ମୃତକ ଦୁଇ ଜଣ ହେଲେ ସୋରଡା ନୂଆଗଡ ଗାଁର ରିଙ୍କୁ ନାୟକ ଓ ରାହୁଲ ନାୟକ। ଆଜି ଦିନ ପ୍ରାୟ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି।

ରିଙ୍କୁ ଓ ରାହୁଲ ଏକ ବାଇକରେ ଟ୍ରକ୍‌କୁ ଓଭର ଟେକ୍ କରୁଥିଲେ। କିଛି ବାଟ ଓଭରଟେକ୍ କରି ଗଲା ପରେ ସାମ୍ନାପଟୁ ଆସୁଥିବା ଏକ ବାଇକ୍‌ ସହ ଓଭରଟେକ କରୁଥିବା ବାଇକ୍‌ ଆରୋହୀଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ରିଙ୍କୁ ଓ ରାହୁଲ ବାଇକ୍‌ରୁ ଛିଟିକି କେନାଲ ହୁଡ଼ାରେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।  ଏହାସହ ଦୁର୍ଘଟଣାଗସ୍ତ ବାଇକ୍‌କୁ ଜବତ କରିଛି।  

Advertisment
Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe