Advertisment

୨ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା କାର୍‌

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

author-image
Tapaswini Nayak
Road accident

Road accident

୨ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା କାର୍‌। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଝାରମୁଣ୍ଡା ଗାଁ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟଙ୍କ ଘର ଝାରମୁଣ୍ଡା ଗାଁରେ।

Advertisment

ଆଜି ସକାଳେ ୨ ସାଇକେଲ ଆରୋହୀ ଶୌଚ ହେବା ପାଇଁ ଗାଁ ନିକଟକୁ ଆସିଥିଲେ। ଶୌଚ ହେବା ପରେ ରାସ୍ତାପାର ହୋଇ ଯିବାବେଳେ ସେମାନଙ୍କ ଉପରେ କାର୍‌ ମାଡ଼ି ଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତାରୋକ କରିଛନ୍ତି।ଏହାସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଦାବି କରିଛନ୍ତି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ରାସ୍ତାରୋକ ଯୋଗୁ ଉଭୟ ପଟରେ ଗାଡ଼ିମଟର ଅଟକି ରହିଛି। ଅନ୍ୟପକ୍ଷରେ ଦୁର୍ଘଟଣାପରେ ଘଟଣାସ୍ଥଳରୁ କାର୍ ନେଇ ଚମ୍ପଟ ମାରିଥିଲା ଡ୍ରାଇଭର। ପୁଲିସ କାର୍‌କୁ ପିଛା କରି  ଧରିଥିଲା।

Advertisment
Roadaccident Sudargarh