Advertisment

ଦମ୍ପତିଙ୍କ ଉପରେ ମାଡ଼ିଗଲା ଆମ୍ବୁଲାନ୍ସ; ଅନାଥ ହେଲେ ଦୁଇ ଭଉଣୀ

ଦୁଇ ଝିଅ ବାପାମା’ଙ୍କୁ ହରାଇ ଭୋଭୋ ହୋଇ କାନ୍ଦୁଛନ୍ତି।

ଅଦ୍ୟତନ ହୋଇଛି
Road accident

Road accident

Advertisment

ବ୍ରିଜ ଉପରେ ଠିଆ ହୋଇ ମହାନଦୀରେ ପାଣି ଦେଖି ଖୁସି ହେଉଥିଲେ ଦୁଇ ଭଉଣୀ। ବେଶୀ ସମୟ ରହିଲାନି ସେମାନଙ୍କ ଖୁସି। ବ୍ରିଜରେ ଛିଡ଼ାହୋଇ ଦୁଇ ଭଉଣୀ ପାଣି ଦେଖୁଥିବା ବେଳେ ଏପଟେ ବାପାମା’ଙ୍କ ଉପରେ ମାଡ଼ିଗଲା ଆମ୍ବୁଲାନ୍ସ। ଦୁର୍ଘଟଣାରେ ଚାଲିଗଲା ବାପାମା’ଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ। ମୃତ ଦମ୍ପତି ହେଲେ ମିଟୁ ବେହେରା ଓ ତାଙ୍କ ସ୍ତ୍ରୀ ମନୋରମା ବେହେରା।

Advertisment

ଆଜି ସକାଳେ ମିଟୁ ଦୁଇ ଝିଅ ଓ ସ୍ତ୍ରୀକୁ ନେଇ ବାଇକ୍ ଯୋଗେ ଆଠମଲ୍ଲିକରୁ ବୌଦ୍ଧ ଆସୁଥିଲେ। ବୌଦ୍ଧ ଟାଉନ ଥାନା ଅନ୍ତର୍ଗତ ମହାନଦୀ ବ୍ରିଜରେ ଦୁଇ ଝିଅ ପାଣି ଦେଖିବାକୁ ଜିଦ୍‌ କରିଥିଲେ। ମିଟୁ ଦୁଇ ପିଲାଙ୍କ ଜିଦ୍ ରକ୍ଷା କରି ଗାଡ଼ି ଅଟାଇଥିଲେ। ଦୁଇ ଝିଅ ବ୍ରିଜ ଉପରେ ଠିଆ ହୋଇ ପାଣି ଦେଖିବାକୁ ଯାଇଥିଲେ। ପାଣି ଦେଖି ମଧ୍ୟ ସେମାନେ ଖୁସି ହେଉଥିଲେ। ବାପାମା’ ଗାଡ଼ି ଉପରେ ବସି ଦୁଇ ଛୁଆଙ୍କ ଖୁସି କୁ ଦେଖୁଥିଲେ। ସେମାନଙ୍କ ଆସିବା ବାଟକୁ ଅପେକ୍ଷା କରିଥିଲେ। ଏହି ସମୟରେ ଯମ ଦୂତ ପରି ଏକ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଆସି ମିଟୁ ଓ ତାଙ୍କ ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମିଟୁଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ତାଙ୍କ ସ୍ତ୍ରୀର ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଦୁଇ ଝିଅ ବାପାମା’ଙ୍କୁ ହରାଇ ଭୋଭୋ ହୋଇ କାନ୍ଦୁଛନ୍ତି। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Road Accident Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe