Advertisment

ଅଫୁଟା ବାଣ ଧରି ଖେଳୁଥିଲେ ୪ ଶିଶୁ : ତାପରେ ...

ସଂଜୟ ମଙ୍ଗଳବାର ଦିନ ଜାମବଣି ଗାଁ ର ପିୟୁସି ଘରକୁ ଯାଇଥିଲେ। ସେଠାରେ ଖେଳିବା ବେଳେ ଦାଣ୍ଡରେ ପଡ଼ିଥିବା ଅଫୁଟା ବାଣକୁ ଧରିଖେଳୁଥିଲେ। ଅଫୁଟା ବାଣକୁ ହାତରେ ଧରି ଖେଳିବା ବେଳେ ବିସ୍ଫୋରଣ ହୋଇଥିଲା।

author-image
Biswajit Samal
Blast

Blast

ବାହାଘରରେ ଅଫୁଟା ବାଣ ଫୁଟି ଜଣେ ଶିଶୁ ଗୁରୁତର ହେବା ସହ ୩ ଶିଶୁ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ମହିସାପଟା ପଞ୍ଚାୟତର ଜାମବଣି ଗାଁ ରେ। ଗୁରୁତର ଜଣକ ହେଲେ ରେମୁଣା ଥାନା ମାଦଳମଜା ଗାଁର ସଂଜୟ ନାୟକ।

Advertisment

ସଂଜୟ ମଙ୍ଗଳବାର ଦିନ ଜାମବଣି ଗାଁ ର ପିୟୁସି ଘରକୁ ଯାଇଥିଲେ। ସେଠାରେ ଖେଳିବା ବେଳେ ଦାଣ୍ଡରେ ପଡ଼ିଥିବା ଅଫୁଟା ବାଣକୁ ଧରିଖେଳୁଥିଲେ। ଅଫୁଟା ବାଣକୁ ହାତରେ ଧରି ଖେଳିବା ବେଳେ ବିସ୍ଫୋରଣ ହୋଇଥିଲା। ସେଥିରେ ସଂଜୟ ଗୁରୁର ଆହାତ ହେଇଥିଲେ ଓ ତାଙ୍କ ସହ ଖେଳୁଥିବା ଅନ୍ୟ ତିନି ଶିଶୁ ଅଳ୍ପ ଆହାତ ହୋଇଥିଲେ। ପରିବାର ଲୋକେ ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଶିଶୁମାନଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି।

Accident