Advertisment

ପୋଖରୀରେ ବୁଡ଼ିଗଲେ ୩ ଅଙ୍ଗନବାଡ଼ି ଶିଶୁ

ଆଜି ସକାଳେ ୩ ଜଣ ଶିଶୁ ଆତ୍ରୁକଣାରେ ଥିବା ଅଙ୍ଗନବାଡ଼ିକୁ ପାଠ ପଢ଼ିବା ପାଇଁ ଆସିଥିଲେ।

ଅଦ୍ୟତନ ହୋଇଛି
Drown

Drown

Advertisment

ପୋଖରୀରେ ବୁଡ଼ି ୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଆତ୍ରୁକଣା ଅଙ୍ଗନବାଡ଼ି ନିକଟରେ। ମୃତକ ହେଲେ ପାୟେଲ ପାତ୍ର (୩), ଭାରତୀ ପତ୍ର (୪), ଲିପ୍ସା ପାତ୍ର (୩) ।

Advertisment

ଆଜି ସକାଳେ ୩ ଜଣ ଶିଶୁ ଆତ୍ରୁକଣାରେ ଥିବା ଅଙ୍ଗନବାଡ଼ିକୁ ପାଠ ପଢ଼ିବା ପାଇଁ ଆସିଥିଲେ। ପାଠ ପଢ଼ା ସରିବା ପରେ ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ର ବାହାରେ ଖେଳୁଥିଲେ। ଖେଳୁ ଖେଳୁ ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ପୋଖରୀ ନିକଟକୁ ଚାଲିଯାଇଥିଲେ। ଏହି ସମୟରେ ୩ ଜଣ ଶିଶୁ ବୁଡ଼ି ଯାଇଥିଲେ।

ସ୍ଥାନୀୟ ଲୋକେ ୩ ପିଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଗରପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ୩ଜଣଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment
Kendujhar Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe