Advertisment

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ବଗି

ବରସୁଆଁକୁ ଲୁହାପଥର ଲୋଡ଼ କରିବାକୁ ଆସିଥିବା ସମୟରେ ଘଟିଲା ଅଘଟଣ । ଏହି ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା ଜଣାଯାଇଛି।

Train

Train

Advertisment

ସୁନ୍ଦରଗଡ ଜିଲ୍ଲା ବରସୁଆଁରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌ । ବରସୁଆଁକୁ ଲୁହାପଥର ଲୋଡ଼ କରିବାକୁ ଆସିଥିବା ସମୟରେ ଘଟିଲା ଅଘଟଣ । ଏହି ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା ଜଣାଯାଇଛି।

Advertisment

ଲୁହାପଥର ଲୋଡ଼ କରିବା ନିମନ୍ତେ ଗତ ରାତିରେ ବରସୁଆଁ ଅଭିମୁଖେ ଏକ ମାଲବାହୀ ଟ୍ରେନ୍‌ ଆସିଥିଲା। ମାତ୍ର ଖଣି ଲୋଡ଼ କରିବା ନିମନ୍ତେ ପହଞ୍ଚିବା ପୂର୍ବରୁ ବସ୍‌ଷ୍ଟାଣ୍ଡ ପାଖ ରେଳ ଧାରଣା ନିକଟରେ ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ରେଲୱେ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତିକୁ ଅନୁଧ୍ୟାନ କରିଥିଲେ।

ଟ୍ରେନ୍‌ର ବଗିଗୁଡ଼ିକୁ ଟ୍ରାକ୍‌ରୁ ବାହାର କରିବା ପରେ ଉକ୍ତ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାଯାଇଛି।

Advertisment
Train Accident Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe