Accident
ବିବାହ ଭୋଜିରେ ଯୋଗ ଦେଇ ସ୍କର୍ପିଓ ଯୋଗେ ଘରକୁ ଫେରୁଥିଲେ। ଅଧବାଟରେ ସ୍କର୍ପିଓକୁ ହାଇୱା ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ରେଙ୍ଗାଲବେଢ଼ା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ଜଣେ ଯୁବତୀ ରହିଥିବା ସୂଚନା ରହିଛି। ଆହତମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ମୃତାହତ
ମାନେ ଗୋଟିଏ ପରିବାରର ବୋଲି ଜଣାଯାଇଛି।
ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝରରୁ ଏକ ବାହାଘର ଭୋଜି ଖାଇ ସ୍କର୍ପିଓରେ ଗୋଟିଏ ପରିବାରର ୭ ଜଣ କୋଇଡ଼ା ଫେରୁଥିଲେ। କୋଇଡା ଥାନା ରେଙ୍ଗାଲବେଢ଼ା ଛକ ନିକଟରେ ବୀପରିତ ଦିଗରୁ ଆସୁଥିବା ଏକ ସ୍କର୍ପିଓ ହାଇୱାକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1720577533.jpg)