/odisha-reporter/media/post_attachments/uploadimage/library/16_9/16_9_0/IMAGE_1706250921.jpg)
Accident in Ganjam
ଗଞ୍ଜାମ ଜିଲ୍ଲା ୫୯ନମ୍ବର ଜାତୀୟ ରାଜପଥର ଖଡ଼ଭାଗ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକଅପ୍ ଭ୍ୟାନ ଓ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଆଜି ଦିନ ପ୍ରାୟ ୧୧ଟା ସମୟରେ ବସଟି ଯାତ୍ରୀମାନଙ୍କୁ ନେଇ ବ୍ରହ୍ମପୁରରୁ ସୋରଡ଼ା ଅଭିମୁଖେ ଯାଉଥିଲା। ଏହି ସମୟରେ ଆସିକା ଅଭିମୁଖେ ଆସୁଥିବା ପିକ୍ଅପ୍ ଭ୍ୟାନ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣା ପିକ୍ଅପ୍ ଭ୍ୟାନରେ ଥିବା ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
