Advertisment

ଦୁଇ ବାଇକ ମୁହାଁମୁହିଁ ଧକ୍କା; ୩ ମୃତ,୪ ଗୁରୁତର

ରାତିରେ ଯାତ୍ରା ଦେଖି ଫେରୁଥିବା ବେଳେ ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

RoadAccident

RoadAccident

Advertisment

କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଗାଗନାପୁର ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିତବା ବେଳେ ୪ଜଣଙ୍କ ଅବସ୍ଥା ଗୁରୁତର ଆହତ ରହିଛି।

Advertisment

ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକମାନେ ଧନପୂର୍ ଓ ସାନପିଣ୍ଡାପଦର୍ ଅଞ୍ଚଳର ବୋଲି ଜଣାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଗାଗନାପୁର ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା।ପରେ ଦୁଇଟି ବାଇକ୍ ଥିବା ଯୁବକମାନେ ଛିଟିକି ତଳେ ପଡ଼ିଯାଇଥିଲେ। ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।ଏହାସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ରାତିରେ ଯାତ୍ରା ଦେଖି ଫେରୁଥିବା ବେଳେ ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି ବାଇକକୁ ଜବତ କରି ଘଟଣା ତଦନ୍ତ କରୁଛି।

Roadaccident Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe