Advertisment

ଡ୍ରାମା ରିହରସଲ୍ ସାରି ଘରକୁ ଫେରୁଥିଲେ; ଗଛରେ ପିଟି ହେଲା ବୋଲେରୋ

ଆଜି ସକାଳେ ନରଣପୁରରୁ ଡ୍ରାମା ରିହରସାଲ୍ ସାରି ବୋଲେରୋ ଯୋଗେ ନିଜ ଗାଁକୁ ଫେରୁଥିଲେ କଳାକାର।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

କିଛି ଘଣ୍ଟା ପରେ ମଞ୍ଚରେ ଅଭିନୟ କରିଥାନ୍ତେ କିନ୍ତୁ କିଏ ଜାଣିଥିଲା ଯେ

କେନ୍ଦ୍ରାପଡ଼ା ଜିଲ୍ଲା ଓସ୍ତପୁର ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିନାହିଁ। ସମସ୍ତେ ମଞ୍ଚ କଳାକାର ବୋଲି ଜଣାଯାଇଛି। ଆହତମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତକମାନେ ମହିଳା ବୋଲି ଜଣାଯାଇଛି।

Advertisment

ଆଜି ସକାଳେ ନରଣପୁରରୁ ଡ୍ରାମା ରିହରସାଲ୍ ସାରି ବୋଲେରୋ ଯୋଗେ ନିଜ ଗାଁକୁ ଫେରୁଥିଲେ କଳାକାର। ଏହି ସମୟରେ ଓସ୍ତପୁର ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ୩ ଜଣ କଳାକାରଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ତାନାନ୍ତର କରାଯାଇଛି।

 ଗାଡ଼ି ଭିତରେ ୭ ଜଣ କଳାକାର ଥିଲେ। ସେମାନଙ୍କ ମଧ୍ୟରେ ୫ଜଣ ମହିଳା ଓ ୨ ଜଣ ପୁରୁଷ ଥିବା ଜଣାଯାଇଛି।  ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଡ୍ରାଇଭରର ଆଖି ଲାଗିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

Advertisment

କିଛି ଘଣ୍ଟା ପରେ ମଞ୍ଚରେ ଅଭିନୟ କରିଥାନ୍ତେ କିନ୍ତୁ କିଏ ଜାଣିଥିଲା ଯେ ଜୀବନ
ଯାତ୍ରା ଏଇଠି ସରିଯିବ ! କେନ୍ଦ୍ରାପଡ଼ା ଓସ୍ତପୁର ନିକଟରେ ବୋଲେରୋ ଧକ୍କାରେ ଚାଲି ଯାଇଛି
୩ ମଞ୍ଚ କଳାକାରଙ୍କ ଜୀବନ।

Roadaccident Kendrapada