Drown
ଚନ୍ଦ୍ରଭାଗାରେ ସମୁଦ୍ରରେ ବୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଛି। ଚନ୍ଦ୍ରଭାଗାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଆଜି ଘଟିଛି ଏହି ଅଘଟଣ।
Advertisment
ରବିବାର ଥିବାରୁ ଛୁଟି କାଟିବାକୁ କଟକ ପାହାଳ ଅଞ୍ଚଳର କିଛି ଯୁବକ କୋଣାର୍କ ବୁଲିବାକୁ ଆସିଥିଲେ। ସେମାନେ ଚନ୍ଦ୍ରଭାଗା ନିକଟରେ ସମୁଦ୍ରରେ ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ସେହିପରି ଚନ୍ଦ୍ରଭାଗା ଇକୋରିଟ୍ରିଟ୍ଠାରେ ଭୁବନେଶ୍ୱରର କେଶୁରା ସ୍ଥିତ ଏକ ଗାଡ଼ି ସର୍ଭିସିଂ କମ୍ପାନୀରେ କାର୍ଯ୍ୟରତ ତିନି ଜଣ ସାଙ୍ଗ ଗାଧୋଉଥିବା ବେଳେ ଦୁଇ ଜଣ ସମୁଦ୍ର ଢେଉରେ ଭାସି ଯାଇଥିଲେ। ସେମାନଙ୍କର ବି ମୃତ୍ୟୁ ଘଟିଥିଲା। ସେମାନେ ହେଲେ ଅରୁପାନନ୍ଦ ଜେନା ଓ ରାହୁଲ କୁମାର। ଅରୁପାନନ୍ଦଙ୍କ ଘର କୋଣାର୍କର ଜମତଲା ଗ୍ରାମରେ। ସେମାନଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
