Advertisment

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ଚାଲିଗଲା ୩ ଜୀବନ

ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ୍‌ ନିକଟରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଚାଲି ଯାଇଛି ୩ ଜୀବନ ।

author-image
Niharika Rout
Hospital

Hospital

କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ୍‌ ନିକଟରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଚାଲି ଯାଇଛି ୩ ଜୀବନ । ମୃତକଙ୍କ ମଧ୍ୟରେ ୨ ପୁରୁଷ ଓ ଜଣେ ମହିଳା ଥିବା ଜଣାଯାଇଛି। ସମସ୍ତଙ୍କ ଘର ମୟୂରଭଞ୍ଜରେ ବୋଲି ଜଣାଯାଇଛି।

Advertisment

ଆଜି ସକାଳେ ଆନନ୍ଦପୁରରୁ କରଞ୍ଜିଆ ଅଭିମୁଖେ ଏକ ବାଇକ୍‌ ଯାଉଥିବା ବେଳେ ସେଥିରେ ଦୁଇ ପୁରୁଷ ଓ ଜଣେ ମହିଳା ଥିଲେ। ଗାଡ଼ିଟି ପଦ୍ମପୁର ଗେଟ୍‌ ନିକଟରେ ହୋଇଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ ତାକୁ ଧକ୍କା ଦେଇଥିଲା। ଫଳରେ ଆନନ୍ଦପୁରରୁ କରଞ୍ଜିଆ ଅଭିମୁଖେ ଯାଉଥିବା ବାଇକ୍‌ରେ ଥିବା ୩ ଜଣ ଛିଟିକି ପଡ଼ିଥିଲେ।

ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି।

Advertisment

ତେବେ ଅପର ବାଇକ୍‌ରେ କେତେ ଜଣ ଥିଲେ ଓ ସେମାନଙ୍କ ଅବସ୍ଥା କିପରି ଅଛି ସେ ନେଇ କିଛି ସୂଚନା ମିଳି ପାରିନି। ମୃତ ୩ ଜଣଙ୍କ ମଧ୍ୟରୁ ଜଣଙ୍କ ନାମ ଅଭିରାମ ବେହେରା ବୋଲି ଜଣାଯାଇଛି। ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳି ପାରିନି।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରିଛି।

Accident Deadbody