Advertisment

ବାଇକ୍‌କୁ ପିଟିଲା ଟ୍ରକ୍‌, ଚାଲିଗଲା ୩ ଜୀବନ

ଏକ ଟ୍ରକ୍‌ ଧକ୍କାରେ ୩ ବାଇକ୍‌ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।  ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

author-image
Niharika Rout
Accident

Accident

ଅନୁଗୁ‌‌ଳ ଜିଲ୍ଲା ଏନ୍ଏଚ୍ ୫୫ ପଞ୍ଚମହଲା ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ ୩ ବାଇକ୍‌ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।  ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ମୃତକମାନେ ଅନୁଗୁଳ ଜିଲ୍ଲାର ଡେରଜାଙ୍ଗ ଗାଁର ବୋଲି ଜଣାଯାଇଛି। ସେମାନେ ହେଲେ ୪୮ ବର୍ଷୀୟ କୃପା ଦେହୁରୀ, ୨୧ ବର୍ଷୀୟ ରାଜେନ୍ଦ୍ର ପ୍ରଧାନ ଓ ୧୭ ବର୍ଷୀୟ ସୁବ୍ରତ ପ୍ରଧାନ ।

ଡେରଜାଙ୍ଗ ଗାଁର  ଏହି ୩ ଜଣ ଆଜି ସକାଳେ ବାଇକରେ ନିଜ ଗାଁରୁ ଅନୁଗୁଳ ଅଭିମୁଖେ ଆସୁଥିଲେ। ପଞ୍ଚମହଲା ନିକଟରେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ଟି ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଯୁବକ ଛିଟିକି ପଡ଼ିଥିବା ବେଳେ ସେମାନଙ୍କ ମୃତ୍ୟୁ ଘଟିଥିଲା।

Advertisment

ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗାଡ଼ି ଚଳାଚଳ ବନ୍ଦ ରହିଛି। ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ତାହା ସଫଳ ହୋଇ ପାରିନି।  ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।

Road Accident Angul