Advertisment

ସ୍କୁଟି-ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୩ ଜୀବନ

ଏକ ସ୍କୁଟି ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ତିନି ଯୁବକଙ୍କ ମୃତ୍ୟୁ ହୋଇଛି।

author-image
Niharika Rout
Accident

Accident

ମୟୂରଭଞ୍ଜ ଜିଲ୍ଲା ଉଦଳା ରାସ୍ତାର ବାଲିଜୁଡା ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟି ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ତିନି ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ଗୁଡ଼ିଆଲବନ୍ଧର ହୋଇଥିବା ବେଳେ ଅନ୍ୟ ଜଣେ ଦଲକିଶୋଲ ଅଞ୍ଚଳର ବୋଲି ଜଣାପଡିଛି।

Advertisment

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ବାଇକ୍‌ ଚାଳକଜଣକ ଦ୍ରୁତ ଗତିରେ ଆସି ସ୍କୁଟିକୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ଉଭୟ ଗାଡ଼ି ଚାଳକମାନେ କୋଡ଼ିଏ ଫୁଟ ତଳକୁ ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ହୋଇଛି।

ଦୁଇ ଗାଡ଼ି ମଧ୍ୟରେ ଏତେ ଜୋରରେ ଧକ୍କା ହୋଇଛି ଯେ ଉଭୟ ଗାଡ଼ି ଦୁଇଟି ଭାଙ୍ଗି ଚୁରମାର ହୋଇଯାଇଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment
Road Accident Mayurbhanj