Advertisment

୩ ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

author-image
Tapaswini Nayak
Road Accident

Road Accident

୩ ଜଣ ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଖଇରାମୁଣ୍ଡା ଗାଁ ନିକଟରେ  ଏହି ଦୁର୍ଘଟଣା ଘଟିଛି। ମୃତକମାନେ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଅନ୍ତର୍ଗତ ନାଉପାଳକାଟେଣୀ ଗାଁର ସାଗର ପ୍ରଧାନ, ପିନୁ ସାହୁ ଏବଂ ସୁମନ୍ତ ପରିଡା।  

Advertisment

ଖଇରାମୁଣ୍ଡା ଗାଁରେ ଜଣେ ବ୍ୟକ୍ତିଙ୍କର ଛାତ ପଡ଼ିଥାନ୍ତା। ଏଥିପାଇଁ ୩ ଜଣ ଏକ ବାଇକ୍ ଯୋଗେ ରଡ଼ ବାଇଣ୍ଡିଙ୍ଗ କରିବା ପାଇଁ ଖଇରାମୁଣ୍ଡା ଗାଁକୁ ଯାଉଥିଲେ। ଏହି ସମୟରେ ଭୋଳାନାଥ ନାମକ ଯାତ୍ରୀବାହୀ ବସ୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସାଗରଙ୍କ ମୃତ୍ୟୁ ହୋଇଥିବା ବେଳେ ପିନୁ ଏବଂ ସୁମନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ   ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। 

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ତାଳଚେର-ଡ଼ୁବୁରୀକୁ ଯାତାୟତ ଠପ୍ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି। ପରଜଙ୍ଗ ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି।

Advertisment
Road Accident Dhenkanal